fbpx

ସରକାରୀ ଅର୍ଥ ହେରଫେର ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଅର୍ଥ ହେରଫେର ଅଭିଯୋଗରେ ୨ ଠକଙ୍କୁ ଗିରଫ କରିଛି ଇଓଡବ୍ଲୁ । ପଶ୍ଚିମବଙ୍ଗରୁ ଅଭିଯୁକ୍ତ ସୁବାସ ଘିସିଂ ଗିରି ଏବଂ ଛତିଶଗଡ଼ରୁ ସୟାଦ ସହବଜା ନାକବିକୁ ଗିରଫ କରିଛି ଇଓଡବ୍ଲୁ । ଉଭୟଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ବଡ଼ବିଲ୍ କୋର୍ଟରେ ହାଜର କରାଯାଇଛି ।

ଏମାନଙ୍କ ନାଁରେ ବେଆଇନ୍ ଭାବେ ୨ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରିଥିବା ବଡ଼ବିଲ୍ ପୌର ଅଧିକାରୀଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଛି । ଜାଲ୍ ଚେକ୍ ଓ ଦସ୍ତଖତରେ ଅଫିସ୍ ଆକାଉଣ୍ଟରୁ ୨.୪୫ କୋଟି ଟ୍ରାନ୍ସଫର କରିନେଇଥିଲେ ବୋଲି ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.