fbpx

PF ଆକାଉଣ୍ଟ ଧାରୀଙ୍କ ପାଇଁ ଆସିଲା ନୂଆ ନିୟମ: ଫଟାଫଟ୍ କରି ନିଅନ୍ତୁ ଏହି କାମ, ଟ୍ୱିଟ୍ କରି ସୂଚନା ଦେଲା EPFO

ନୂଆଦିଲ୍ଲୀ: ଯଦି ଆପଣ ଚାକିରି କରୁଛନ୍ତି ଆଉ ଆପଣଙ୍କକର ଇପିଏଫ୍ ଆକାଉଣ୍ଟ ରହିଛି ତେବେ ଏହି ଖବରକୁ ଧ୍ୟାନ ଦିଅନ୍ତୁ । ଚାକିରି ବଦଳାଇବା ସହିତ ଆପଣ ପ୍ରୋଭିଡେଣ୍ଟ ଫଣ୍ଡକୁ ନୂଆ ପିଏଫରେ ଟ୍ରାନ୍ସଫର କରିଛନ୍ତି କି । ଯଦି ଆପଣ କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ବା ଇପିଏଫଓର ସଦସ୍ୟ ଅଟନ୍ତି, ତେବେ ପିଏଫକୁ ଅନଲାଇନ୍ ଟ୍ରାନ୍ସଫର କରିପାରିବେ । ଚାକିରି ବଦଳାଇଲେ ଆପଣ ନିଜର ପୁରୁଣା ଇପିଏଫ୍ ଆକାଉଣ୍ଟର ଟଙ୍କା ନୂଆ କମ୍ପାନୀର ଇପିଏଫ୍ ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ ପଡିବ, ଯାହା ଦ୍ୱାରା ଆପଣ ସମୁଦାୟ ପିଏଫ ପରିମାଣ ଉପରେ ଅଧିକ ସୁଧ ପାଇପାରିବ । ତେବେ ଆସନ୍ତୁ ଜାଣିବା କିପରି ପିଏଫ୍ ଟ୍ରାନ୍ସଫର କରିବେ ।
ଆପଣ ଘରେ ବସି ପିଏଫ୍ ଟଙ୍କା ଅନଲାଇନରେ ଟ୍ରାନ୍ସଫର କରିପାରିବେ…

-ସର୍ବପ୍ରଥମେ ଇପିଏଫଓର ୱେସାଇଟକୁ ଯାଇ ୟୁଏଏନ ନମ୍ବର ଓ ପାସୱାର୍ଡ ମାଧ୍ୟମରେ ଲଗଇନ୍ କରନ୍ତୁ ।
-ଇପିଏଫଓ ୱେବସାଇଟରେ ଅନଲାଇନ୍ ସେବାକୁ ଯାଆନ୍ତୁ ଓ ‘ଜଣେ ସଦସ୍ୟ ଜଣେ ପିଏଫ୍ ଆକାଉଣ୍ଟ’କୁ ଚୟନ କରନ୍ତୁ ।

-ସେଠାରେ ପୁଣି ୟୁଏଏନ୍ ନମ୍ବର ପ୍ରବେଶ କରନ୍ତୁ କିମ୍ବା ଆପଣଙ୍କର ପୁରୁଣା ଇପିଏଫଓ ମେମ୍ବର ଆଇଡି ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ଆକାଉଣ୍ଟର ସମସ୍ତ ସୂଚନା ମିଳିଯିବ ।

– ଏଠାରେ ସ୍ଥାନାନ୍ତର ଯାଞ୍ଚ କରିବାକୁ ଆପଣଙ୍କର ପୁରୁଣା କିମ୍ବା ନୂତନ କମ୍ପାନୀକୁ ଚୟନ କରନ୍ତୁ ।

-ବର୍ତ୍ତମାନ ପୁରୁଣା ଖାତା ସିଲେକ୍ଟ କରନ୍ତୁ ଓ ଓଟିପି ଜେନେରେଟ କରନ୍ତୁ ।

– ଓଟିପି ଦେବା ପରେ ଟଙ୍କା ଟ୍ରାନ୍ସଫରର ଅପସନ୍ ଆରମ୍ଭ ହେବ ।

 

ତେବେ ଅନଲାଇନ୍ ଆବେଦନ ଦାଖଲ କରିବାର ୧୦ ଦିନ ମଧ୍ୟରେ ମନୋନୀତ କମ୍ପାନୀ କିମ୍ବା ଅନୁଷ୍ଠାନକୁ ପିଡିଏଫ୍ ଫାଇଲରେ ଅନ୍ଲାଇନ୍ ପିଏଫ୍ ଟ୍ରାନ୍ସଫର ଆବେଦନର ସ୍ୱୀକୃତୀପ୍ରାପ୍ତ କପି ଦିଆଯିବା ଉଚିତ୍ । ଏହା ପରେ କମ୍ପାନୀ ଏହାକୁ ଅନୁମୋଦନ କରିବ । ଅନୁମୋଦନ ପାଇବା ପରେ ପିଏଫକୁ ବର୍ତ୍ତମାନ କମ୍ପାନୀ ସହ ନୂଆ ପିଏଫ୍ ଆକାଉଣ୍ଟରେ ଟ୍ରାନ୍ସଫର କରାଯାଏ ।

Get real time updates directly on you device, subscribe now.