fbpx

EPF ଗ୍ରାହକଙ୍କ ପାଇଁ ଖୁସି ଖବର: ସର୍ବନିମ୍ନ ପେନସନ୍ ୧ ହଜାର ବଦଳରେ ହୋଇପାରେ ୯,୦୦୦ ଟଙ୍କା

ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଅର୍ଗାନାଇଜେସନ୍ (EPFO) ବା ଭବିଷ୍ୟ ନିଧି ସଙ୍ଗଠନର ଗ୍ରାହକମାନଙ୍କ ପାଇଁ ଆସିଛି ଖୁସି ଖବର । ନୂଆବର୍ଷରେ ସେମାନଙ୍କର ସର୍ବନିମ୍ନ ପେନସନକୁ ବୃଦ୍ଧି କରାଯାଇପାରେ । ଫେବ୍ରୁଆରୀରେ ହେବାକୁ ଥିବା ଶ୍ରମ ମନ୍ତ୍ରଣାଳୟର ଏକ ବୈଠକର କାର୍ଯ୍ୟସୂଚୀରେ ଏହି ବିଷୟ ସାମିଲ କରାଯାଇଛି । ଏହି ବୈଠକରେ ସର୍ବନିମ୍ନ ପେନସନକୁ ୧ ହଜାରରୁ ୯ ହଜାର ଟଙ୍କାକୁ ବୃଦ୍ଧି କରାଯାଇପାରେ ବୋଲି ଆଶା କରାଯାଉଛି ।

ସୂଚନା ମୁତାବକ, ଗତ ବର୍ଷ ମାର୍ଚ୍ଚରେ ସଂସଦର ଷ୍ଟାଣ୍ଡିଂ କମିଟି ସର୍ବନିମ୍ନ ପେନସନକୁ ୩, ୦୦୦ ଟଙ୍କା ବୃଦ୍ଧି କରିବାକୁ ସୁପାରିଶ କରିଥିଲା । ପେନସନଭୋଗୀମାନେ ଅନେକ ସମୟ ଧରି ଏହାକୁ ୯୦୦୦ ଟଙ୍କା କରିବାକୁ ଦାବି କରିଆସୁଥିଲେ । ଇପିଏଫଓ ଅଧିନରେ ପିଏଫ୍ ପାଉଥିବା ସମସ୍ତ କର୍ମଚାରୀ ପେନସନ୍ ଯୋଜନା ୧୯୯୫ ଅଧିନରେ ଆସୁଛନ୍ତି ।

ସଂଗଠିତ କ୍ଷେତ୍ରର ହିତାଧିକାରୀଙ୍କୁ ୫୮ ବର୍ଷ ପରେ ସର୍ବନିମ୍ନ ଏକ ହଜାର ଟଙ୍କା ପେନସନ୍ ମିଳିଥାଏ । ସେହି କର୍ମଚାରୀ ପେନସନର ପାଇବାକୁ ହକଦାର ହୋଇଥାନ୍ତି, ଯେଉଁମାନେ ଅତି କମରେ ୧୦ ବର୍ଷ ପର୍ଯ୍ୟନ୍ତ ଚାକିରି କରିଥିବେ । ଏହି ଯୋଜନାରେ ବିଧବା ପେନସନ ଓ ଶିଶୁ ପେନସନର ସୁବିଧା ମଧ୍ୟ ରହିଛି ।

Get real time updates directly on you device, subscribe now.