fbpx

ପ୍ରାଇଭେଟ ଚାକିରିରୁ ଅବସର ନେବା ପରେ ମଧ୍ୟ ମିଳିଥାଏ ପେନସନ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ପ୍ରାଇଭେଟ ଚାକିରିରୁ ଅବସର ପରେ ମଧ୍ୟ ପେନସନର ସୁବିଧା ମିଳିଥାଏ । ଇପିଏଫଓର ପେନସନ ସ୍କିମରୁ ତାଙ୍କ ବୃଦ୍ଧ ବୟସ ଆରମରେ କଟିଥାଏ । କର୍ମଚାରୀ ପେନସନ ଯୋଜନାରେ ପ୍ରତି ମାସରେ ଏକ ଫିକ୍ସ ଟଙ୍କା ଜମା ହୋଇ ରହିଥାଏ । ଯେଉଁଥିରେ ସରକାର ସୁଧ ବି ଦେଇଥାଆନ୍ତି । ଅବସର ପର୍ଯ୍ୟନ୍ତ ଏହି ଟଙ୍କା ବଡ଼ ଫଣ୍ଡ ହୋଇଯାଇଥାଏ । ଏଥିରେ ଭବିଷ୍ୟତରେ ଟଙ୍କାକୁ ନେଇ ଚିନ୍ତା ରହିନଥାଏ ଏବଂ ଜୀବନର ଶେଷ କିଛି ବର୍ଷ ଭଲଭାବେ କଟିଥାଏ । ଏଥିରେ ଆସନ୍ତୁ ଜାଣିବା ଏହି ସ୍କିମରୁ ଆପଣଙ୍କୁ କେତେ ଟଙ୍କା ମିଳିବ ।

ଇପିଏଫଓ କର୍ମଚାରୀଙ୍କ ବେସିକ ଦରମା ସହ ମହଙ୍ଗା ଭତ୍ତାର ୧୨ ପ୍ରତିଶତ ଅଂଶ ଜମା କରିବାକୁ ପଡିଥାଏ । ଏତିକି ଟଙ୍କା କମ୍ପାନୀ ସେମାନଙ୍କ ଆକାଉଣ୍ଟରେ ଜମା କରିଥାଏ । କମ୍ପାନୀର ରାଶି ଦୁଇ ଭାଗରେ ବଣ୍ଟାଯାଇଥାଏ । ୮.୩୩% ଇପିଏସ ଏବଂ ୩.୬୭% ଇପିଏଫକୁ ଚାଲିଯାଇଥାଏ ।

ଏହି ସ୍କିମରେ ଅବସର ପରେ କର୍ମଚାରୀଙ୍କୁ ପେନସନ ସେତେବେଳେ ମିଳେ, ଯେତେବେଳେ ଇପିଏସରେ ତାଙ୍କର ଯୋଗଦାନ ପାଖାପାଖି ୧୦ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଅର୍ଥାତ ତାକୁ ୧୦ ବର୍ଷ ପର୍ଯ୍ୟନ୍ତ ଚାକିରି କରିବାକୁ ପଡିଥାଏ । ଏହା ବ୍ୟତୀତ ସର୍ବାଧିକ ପେନସନେବଲ ସର୍ଭିସ ୩୫ ବର୍ଷର ଅଟେ ।

EPS (Pension) = Average Salary x Pensionable Service/70

ଏହି ଫର୍ମୁଲାରେ ହାରାହାରି ଦରମା-ବେସିକ ସାଲାରୀ ଏବଂ ମହଙ୍ଗା ବତ୍ତା ଅଛି, ପେନସେବଲ ସର୍ଭିସର ଅର୍ଥ ନିଜ ଯେତିକି ବର୍ଷ ଚାକିରି କରିଛନ୍ତି ବା କରୁଛନ୍ତି । ମନେକର ଆପଣଙ୍କ ହାରାହାରି ଦରମା ୨୦,୦୦୦ ଟଙ୍କା ଏବଂ ୩୫ ବର୍ଷ ପର୍ଯ୍ୟନ୍ତ ଚାକିରି କରିଛନ୍ତି ତେବେ ଆପନଙ୍କୁ ୨୦ ହଜାର x ୩୫/୭୦= ୧୦,୦୦୦ ଟଙ୍କା ମାସିକ ପେନସନ ମିଳିବ । ଗୋଟିଏ କଥା ଧ୍ୟାନ ରଖନ୍ତୁ ଯେ, ଏହି ଫର୍ମୁଲା ୧୫ ନଭେମ୍ବର, ୧୯୯୫ ପରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ଅଟେ । ଏହା ପୂର୍ବରୁ ଥିବା ଲୋକଙ୍କ ଉପରେ ଅଲଗା ନିୟମ ଲାଗୁ ହୋଇଥାଏ ।

Get real time updates directly on you device, subscribe now.