fbpx

ପିପିଓ ନମ୍ବର ବିନା ମିଳିବନି ପିଏଫ୍ ଟଙ୍କା: କ’ଣ ଆପଣ ଜାଣନ୍ତି ନିଜ PPO ନମ୍ବର ?

ନୂଆଦିଲ୍ଲୀ: ସମସ୍ତ ଚାକିରିଆଙ୍କ ବେତନର ଏକ ଭାଗ ଇପିଏଫଓ ଆକାଉଣ୍ଟରେ ଜମା ହୋଇଥାଏ । ଅଧିକାଂଶ କର୍ମଚାରୀ ଅବସର ପରେ ଇପିଏଫରେ ଜମା ହୋଇଥିବା ଟଙ୍କା ପାଆନ୍ତି । ଏହା କର୍ମଚାରୀମାନଙ୍କୁ ପେନସନର ସୁବିଧା ଯୋଗାଇଥାଏ । ଇପିଏଫଓ କର୍ମଚାରୀଙ୍କୁ ୧୨ ଅଙ୍କ ବିଶିଷ୍ଟ ପିପିଓ ନମ୍ବର ଜାରି କରେ ।

ପିପିଓ ନମ୍ବର ଯଥା ପେନସନ୍ ପେମେଣ୍ଟ ଅର୍ଡର ହେଉଛି ୧୨ ଅଙ୍କ ବିଶିଷ୍ଟ ୟୁନିକ ନମ୍ବର । ଯେଉଁଥିରେ କର୍ମଚାରୀଙ୍କ ପେନସନ୍ ଯୋଜନା ସୂଚନା ଉପଲବ୍ଧ ଥାଏ । ପେନସନ୍ ପାଇବା ପାଇଁ ଏହି ନମ୍ବର ଆବଶ୍ୟକ । ଯଦି ଆପଣ ନିଜ ପିପିଓ ନମ୍ବର ହରାଇଛ ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, ଏହା ଅନଲାଇନରେ ମଧ୍ୟ ମିଳିପାରିବ ।

ପ୍ରଥମେ ଇପିଏଫଓର ଅଫିସିଆଲ୍ ୱେବସାଇଟ୍ epfo.gov.in କୁ ଯାଆନ୍ତୁ । ତା’ପରେ ଅନଲାଇନ୍ ସେବାକୁ ଯାଆନ୍ତୁ ଏବଂ ପେନସନ୍ ପୋର୍ଟାଲ୍ ଭିଜିଟ୍ କରନ୍ତୁ । ଏଠାରେ know your ppo number ଚୟନ କରନ୍ତୁ । ତା’ପରେ ପିଏଫ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବର ପରି ଆବଶ୍ୟକୀୟ ସୂଚନା ଏଣ୍ଟର କରନ୍ତୁ । ତା’ପରେ ସବମିଟ୍ କର, ଆପଣଙ୍କ ପିପିଓ ନମ୍ବର ସ୍କ୍ରିନରେ ଦେଖାଯିବ ।

ଉମାଙ୍ଗ ଆପରେ ଇପିଏଫଓ ବିକଳ୍ପ ଚୟନ କରନ୍ତୁ । ଏଥିରେ ସେବାଗୁଡିକର ବିକଳ୍ପ ଚୟନ କରନ୍ତୁ ଏବଂ ଆପଣଙ୍କର know your PPO number ଉପରେ କ୍ଲିକ୍ କରନ୍ତୁ । ତା’ପରେ ପିଏଫ ଆକାଉଣ୍ଟ ନମ୍ବର କିମ୍ବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏଣ୍ଟର କରନ୍ତୁ । କିଛି ସମୟ ମଧ୍ୟରେ ସ୍କ୍ରିନରେ ପିପିଓ ନମ୍ବର ଦେଖାଯିବ । ଟୋଲ ଫ୍ରି ନମ୍ବର ୧୮୦୦୧୧୮୦୦୫ କୁ କଲ କରି ଆପଣ ପିପିଓ ନମ୍ବର ମଧ୍ୟ ଜାଣିପାରିବେ ।

Get real time updates directly on you device, subscribe now.