fbpx

EPFO ଲାଗୁ କରିବ ନୂଆ ପେନସନ୍ ସ୍କିମ୍, ଜାଣନ୍ତୁ କେଉଁମାନେ ପାଇବେ ଏହାର ଫାଇଦା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ନୂଆ ପେନସନ ସ୍କିମ୍ ଲାଗୁ କରିବାକୁ ଯାଉଛି । ତେବେ ଏଥିପାଇଁ କର୍ମଚାରୀଙ୍କ ସର୍ବନିମ୍ନ ମାସିକ ଦରମା ୧୫ ହଜାର ହୋଇଥିବା ଆବଶ୍ୟକ । ଏଥିସହ ସେମାନେ ଆଲାଉନ୍ସ ପେନସନ ସ୍କିମ ୧୯୯୫ (ଇପିଏସ-୯୫) ଅଧୀନରେ ଅନ୍ତର୍ଭୁକ୍ତ ହୋଇନଥିବେ । ଏହି ନୂଆ ଯୋଜନା ବାବଦରେ ଆସନ୍ତା ମାର୍ଚ୍ଚ ମାସ ୧୧ ଓ ୧୨ରେ ଗୌହାଟୀଠାରେ ଅନୁଷ୍ଠିତ ହେବାକୁ ଥିବା ଇପିଏଫଓର ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିଜ୍ (ସିବିଟି) ବୈଠକରେ ଆଲୋଚନା ହେବ । ଗତ ନଭେମ୍ବର ମାସରେ ପେନସନ ମାମଲାକୁ ନେଇ ଗଠିତ ହୋଇଥିବା ଏକ ଉପସମିତି ଏନେଇ ନିଜର ରିପୋର୍ଟ ପ୍ରସ୍ତୁତ କରିବ ।

ତ ୨୦୧୪ରେ ଇପିଏଫଓ ପକ୍ଷରୁ ମାସିକ ପେନସନ ଯୋଗ୍ୟ ମୂଳ ବେତନ ୧୫ ହଜାରକୁ ସଂଶୋଧନ କରାଯାଇଥିଲ । ପରବର୍ତ୍ତୀ ସମୟରେ ମାସିକ ମୂଳ ବେତନର ସୀମା ବୃଦ୍ଧି ଘଟି ୨୫ ହଜାର କରାଇବାକୁ ଦାବି ହୋଇଥିଲା । ମାତ୍ର ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିନଥିଲା । ଗତ ୨୦୧୬ ଡିସେମ୍ବର ମାସରେ ଲୋକସଭାରେ ପୂର୍ବତନ ଶ୍ରମମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟ ଲିଖିତ ଜବାବ ରଖିଥିଲେ । ସେ କର୍ମଚାରୀ ଭବିଷ୍ୟ ନିଧି ଓ ବିବିଧ ପ୍ରାବଧାନ ଅଧିନିୟମ, ୧୯୫୨ ଅନୁସାରେ ବେତନ ସୀମା ୧୫ ହଜାରରୁ ୨୫ ହଜାରକୁ ବୃଦ୍ଧି ପାଇଁ ପ୍ରସ୍ତାବ ଆଗତ କରିଥିଲେ । ମାତ୍ର ଏହା ଉପରେ କୌଣସି ନିଷ୍ପତ୍ତି ହୋଇପାରିନଥିଲା ।

Get real time updates directly on you device, subscribe now.