fbpx

୩ ମାସ ଭିତରେ EPFO ଲଞ୍ଚ କରିବ ନୂଆ IT System 2.01: ଏଣିକି ଚାକିରି ବଦଳାଇଲେ ସଦସ୍ୟ IDକୁ ଟ୍ରାନ୍ସଫର କରିବାକୁ ପଡ଼ିବନି

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ତରଫରୁ ଖାତାଧାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଆଗାମୀ ଦିନରେ ପ୍ରୋଭିଡେଣ୍ଟ ଫଣ୍ଡ କ୍ଲେମ ସେଟଲମେଣ୍ଟ ସହଜ ହୋଇଯିବ । ଆଗାମୀ ୩ ମାସି ମଧ୍ୟରେ ଇପିଏଫଓ ନିଜର ଅପଗ୍ରେଡେଟ ଆଇଟି ସିଷ୍ଟମ ଇପିଏଫଓ ଆଇଟି ସିଷ୍ଟମ ୨.୦୧ ଲଞ୍ଚ ହେବ । ନୂଆ ଆଇଟି ସିଷ୍ଟମରେ ୬ କୋଟିରୁ ଅଧିକ ଇପିଏଫଓ ଗ୍ରାହକଙ୍କୁ ଫାଇଦା ମିଳିବ । ସେମାନଙ୍କ ପାଇଁ ଇପିଏଫଓ ଖାତା ସହ ଜଡ଼ିତ ଅନୁଭବ ଅଧିକ ଭଲ ହେବ । ଏଥିସହିତ କମ୍ପାନୀଙ୍କ ପାଇଁ ମଧ୍ୟ ଇପିଏଫ ସମ୍ବନ୍ଧୀୟ କାର୍ଯ୍ୟ ସହଜ ହୋଇଯିବ । ନୂଆ ବ୍ୟବସ୍ଥାରେ ଅର୍ଥ ଜମା ଓ କ୍ଲେମ ସମାଧାନ ପାଇଁ ଏକ କେନ୍ଦ୍ରୀକୃତ ପ୍ରଣାଳୀ ରହିବ । ଏହାଦ୍ୱାରା ଖାତାଧାରୀମାନେ ସହଜରେ ଅର୍ଥ ଉଠାଇ ପାରିବେ ।

ଏକ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, କେନ୍ଦ୍ର ଶ୍ରମ ଓ ରୋଜଜଗାର ମନ୍ତ୍ରୀ ମନସୁଖ ମାଣ୍ଡଭିୟା ବୁଧବାର ଦିନ ଇପିଏଫଓର ଆଇଟି ସିଷ୍ଟମର ଆଧୁନିକୀକରଣର ସମୀକ୍ଷା କରିଥିଲେ । ତିନି ମାସ ଭିତରେ ନୂଆ ପ୍ରଣାଳୀ ଲାଗୁ ହେବ ବୋଲି ସେ କହିଥିଲେ । ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅଟୋମେସନ ଉପରେ ଆଧାରିତ ରହିବ । ପେନସନ ଜମା କେନ୍ଦ୍ରୀକୃତ ହେବ । ଏହାକୁ ମାସିକ ଆଧାରରେ ସଞ୍ଚାଳିତ କରାଯିବ । ଇପିଏଫଓ ଆକାଉଣ୍ଟିଂ ୟୁନିଭର୍ସଲ ନମ୍ବର ଉପରେ ଆଧାରିତ ରହିବ । ଏହାଦ୍ୱାରା ସଦସ୍ୟଙ୍କ ପାଇଁ ପ୍ରକ୍ରିୟା ସରଳ ହୋଇଯିବ । ଇଲେକ୍ଟ୍ରୋନିକ ଚାଲାଣ-ସହ-ରସିଦର ପୁନର୍ଗଠନ କରାଯିବ । ଚାକିରି ବଦଳାଇବା ସମୟରେ ସଦସ୍ୟ ଆଇଟି (ଏମଆଇଡି)କୁ ଟ୍ରାନ୍ସଫର କରିବାକୁ ପଡ଼ିବନି । ଏହାଦ୍ୱାରା କର୍ମଚାରୀଙ୍କୁ ପିଏଫ ଅର୍ଥକୁ ନେଇ ଚିନ୍ତା ରହିବ ନାହିଁ । ନୂଆ ଚାକିରିରେ ଯୋଗ ଦେବା ପରେ ସେମାନଙ୍କ ଖାତାରେ ନୂଆ କମ୍ପାନୀରୁ ଅର୍ଥ ଟ୍ରାନ୍ସଫର ହୋଇଯିବ ।

Get real time updates directly on you device, subscribe now.