fbpx

EPFO-LIC ଗ୍ରାହକଙ୍କ ଟଙ୍କା ବୁଡ଼ିଯିବ! ଦେବାଳିଆ ହେଲା ଅନିଲ ଅମ୍ବାନୀଙ୍କ ରିଲାଏନ୍ସ କ୍ୟାପିଟାଲ

ନୂଆଦିଲ୍ଲୀ: ଭୀଷଣ ଆର୍ଥିକ ଋଣରେ ବୁଡ଼ି ରହିଥିବା ଅନିଲ ଅମ୍ବାନୀଙ୍କର କମ୍ପାନୀ ରିଲାଏନ୍ସ କ୍ୟାପିଟାଲକୁ ଲୋନ୍ ଦେଇଥିବା ବ୍ୟାଙ୍କଗୁଡ଼ିକ ଏବେ ବଡ଼ ଚିନ୍ତାରେ ରହିଛନ୍ତି । ଏହି ବ୍ୟାଙ୍କମାନେ ସେମାନଙ୍କର ଲୋନର କେବଳ ୪୩ ପ୍ରତିଶତ ଅର୍ଥ ପାଇବାର ସମ୍ଭାବନା ରହିଛି । ହିନ୍ଦୁଜା ଗ୍ରୁପ ରିଲାଏନ୍ସ କ୍ୟାପିଟାଲ ପାଇଁ ୯୬୫୦ କୋଟି ଟଙ୍କାର ନିଲାମ ଡାକିଥିଲା । ମାତ୍ର ଏହି ଅର୍ଥକୁ ଅଧିକ ବଢ଼ାଇବାକୁ ହିନ୍ଦୁଜା ଅଗ୍ରାହ୍ୟ କରିଦେଇଥିଲା ।

ତେବେ ରିଲାଏନ୍ସ କ୍ୟାପିଟାଲ କମ୍ପାନୀର ଲିକ୍ୱିଡେସନ ଭାଲ୍ୟୁ ୧୨,୫୦୦- ୧୩,୦୦୦ କୋଟି ବୋଲି କୁହାଯାଉଛି । ଗତ ମାସ ୨୬ ତାରିଖରେ ହିନ୍ଦୁଜା ଗ୍ରୁପ ୯,୬୫୦ କୋଟି ଟଙ୍କାର ନିଲାମ ଡାକିଥିଲା । ତେବେ ଏବେ ରିଲାଏନ୍ସ ପାଖରେ ୪୩୦ କୋଟିର କ୍ୟାଶ ରହିଥିବା ବେଳେ ତାହାକୁ ଋଣଦାତାଙ୍କ ମଧ୍ୟରେ ବଣ୍ଟନ କରାଯିବ । ଏପରି ଭାବେ ମୋଟ ୧୦,୦୯୦ କୋଟି ଟଙ୍କାର ଋଣ ରହିଥିବା ବେଳେ ସେଥିମଧ୍ୟରୁ କେବଳ ୪୩ ପ୍ରତିଶତ ଅଂଶ ମିଳିବାର ସମ୍ଭାବନା ରହିଛି ।

ତେବେ ଏହା ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ଓ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ)ର ଗ୍ରାହକଙ୍କ ପାଇଁ ମୁସ୍କିଲ ବଢ଼ିଯାଇଛି । ରିଲାଏନ୍ସ ଉପରେ ଏଲଆଇସିର ୩୪୦୦ କୋଟିର କରଜ ରହିଥିବା ବେଳେ ଇପିଏଫଓ ମଧ୍ୟ ରିଲାଏନ୍ସର ବଣ୍ଡ ପ୍ରୋଗ୍ରାମରେ ୨୫୦୦ କୋଟି ଟଙ୍କା ନିବେଶ କରିଥିଲା । ତେବେ ଏହି ଦୁଇ କମ୍ପାନୀ ନିବେଶ ଅର୍ଥ ଫେରି ନପାଇଲେ କମ୍ପାନୀର ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡ଼ିପାରେ ।

ରିଲାଏନ୍ସ କ୍ୟାପିଟାଲର ପାଖାପାଖି ୨୦ଟି ଆର୍ଥିକ ସେବା କମ୍ପାନୀ ରହିଥିବା ବେଳେ ସେଥିମଧ୍ୟରେ ସିକ୍ୟୁରିଟିଜ୍ ବ୍ରୋକିଂ, ଇନସ୍ୟୁରାନ୍ସ ଓ ଏକ ଏଆରସି ସାମିଲ ରହିଛି । ଗତ ୨୦୨୧ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରିଲାଏନ୍ସ କ୍ୟାପିଟାଲ ବୋର୍ଡକୁ ଭାଙ୍ଗିଦେବା ସହିତ କମ୍ପାନୀ ବିରୋଧରେ ଅସମର୍ଥତା ପ୍ରକ୍ରିୟା ଆରମ୍ଭ କରିଥିଲା ।

Get real time updates directly on you device, subscribe now.