୧୦୦ ମାର୍କ ପ୍ରଶ୍ନ ବଦଳରେ ୯୪ ମାର୍କର ପ୍ରଶ୍ନ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷାରେ ତ୍ରୁଟି

ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷାରେ ତ୍ରୁଟି

ଭୁବନେଶ୍ୱର: ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି ନଜର ଆସିଛି। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଛି। ଆଜି ଅନୁଷ୍ଠିତ ହୋଇଥିବା ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପ୍ରଶ୍ନରେ ତ୍ରୁଟି ରହିଥିବା ଜଣାପଡିଛି।

ସୂଚନାନୁଯାୟୀ, ଏହି ପେପରରେ ୧୦୦ ମାର୍କ ପ୍ରଶ୍ନ ବଦଳରେ ୯୪ ମାର୍କର ପ୍ରଶ୍ନର ପରୀକ୍ଷା ଦେଇଛନ୍ତି ପରୀକ୍ଷାର୍ଥୀ। ପୂର୍ଣ୍ଣସଂଖ୍ୟା ଠାରୁ ୬ ନମ୍ବର କମ୍ ରହିଛି ବୋଲି ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି।

୨୯ ମାର୍ଚ୍ଚରେ ଆରମ୍ଭ ହୋଇଥିଲା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷା। ଆଜି ପରୀକ୍ଷାର୍ଥୀ ୨ଟି ପେପରର ପରୀକ୍ଷା ଦେଇଛନ୍ତି। ପରୀକ୍ଷା ହଲରୁ ବାହାରିକି ଆସିବା ପରେ ଏହି ତ୍ରୁଟି ବିଷୟରେ କହିଛନ୍ତି ପରୀକ୍ଷାର୍ଥୀ।