fbpx

ପେଟ୍ରୋଲ-ଡିଜେଲର ନୋ ଟେନସନ୍, ଏଣିକି ଆଳୁରେ ଚାଲିବ କାର୍ !

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପ୍ରାୟତଃ ଗାଡି ଗୁଡିକ ପେଟ୍ରୋଲ-ଡିଜେଲରେ ଚାଲୁଛି । କେତେକ ଇଭି କାରକୁ ଛାଡିଦେଲେ ପ୍ରାୟ କାରରେ ପେଟ୍ରୋଲ-ଡିଜେଲ ବ୍ୟବହାର ହେଉଛି । କିନ୍ତୁ ବର୍ତ୍ତମାନ ସମୟରେ ଇନ୍ଧନ ଦର ବୃଦ୍ଧି ହେବା କାରଣରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଆଉ କିଛି ଦିନ ମଧ୍ୟରେ ଏହି ଅସୁବିଧା ଦୂର ହୋଇଯିବ । ବର୍ତ୍ତମାନ ପେଟ୍ରୋଲ କି ଡିଜେଲ ନୁହେଁ ବରଂ ଆଳୁରେ ଚାଲିବ କାର୍ ।

ସୂଚନା ଅନୁସାରେ, ଘରେ ବ୍ୟବହୃତ ସାମଗ୍ରୀ ମଧ୍ୟରେ ରୋଷେଇ ଘରେ ଆଳୁର ବ୍ୟବହାର ଅଧିକ ରହିଥାଏ । କିନ୍ତୁ ବିଶେଷଜ୍ଞମାନେ ଏହି ଆଳୁରୁ ଇଥେନାଲ ତିଆରି କରିବାର ଯୋଜନା କରୁଛନ୍ତି । ଏଥିପାଇଁ ସେଣ୍ଚ୍ରାଲ ପୋଟାଟୋ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଏକ ପ୍ରସ୍ତାବ ଦେଇଛି । ଆଳୁରୁ ଇଥେନାଲ ପ୍ରସ୍ତୁତ କରିବା ପାଇଁ ଏକ ପ୍ଲାନ କରିବା ନେଇ ଯୋଜନା କରାଯାଇଛି । ଅଦରକାରୀ ଆଳୁ ଏବଂ ଚୋପାରୁ ଇଥେନାଲ ବାହାରିବ ।

ଡିଜେଲ ଏବଂ ପେଟ୍ରୋଲ ପରେ ଇଥେନାଲକୁ ବିକଳ୍ପ ଜୀବାସ୍ମ ଇନ୍ଧନ ବୋଲି ବିବେଚନା କରାଯାଏ । କେତେକ ବଡ ବଡ ଦେଶରେ ଇଥାନଲ ଜାଗାରେ ବାଓଫୁଏଲ ବ୍ୟବହାର କରାଯାଉଛି । ବର୍ତ୍ତମାନ ସମୟରେ ପେଟ୍ରୋଲରେ ଇଥାନଲ ବ୍ଲେଣ୍ଡ କରାଯାଉଛି । କିନ୍ତୁ ଆଗାମୀ ଦିନରେ ଡିଜେଲରେ ମଧ୍ୟ ଇଥାନଲ ବ୍ଲେଣ୍ଡ କରାଯାଇ ପାରିବ । ଆଳୁରୁ ଇଥାନଲ ପ୍ରସ୍ତୁତ କରିବା ପାଇଁ ଭାରତ ସର୍ବଦା ଆଗରେ ରହିଛି । କାରଣ ଭାରତରେ ଆଳୁ ଉତ୍ପାଦନ ଅଧିକ ହୋଇଥାଏ । ଆଳୁ ଉତ୍ପାଦନରେ ଭାରତର ସ୍ଥାନ ଦ୍ବିତୀୟ ରହିଛି । ତେଣୁ ଭାରତ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଇପାରେ ।

Get real time updates directly on you device, subscribe now.