fbpx

Euro Cup Final: ସ୍ପେନକୁ ମିଳିଲା ୟୁରୋ ତାଜ, ଇଂଲଣ୍ଡ ଘାଇଲା, ଚତୁର୍ଥଥର ଜିତିଲା ୟୁରୋକପ…

 

ନୂଆଦିଲ୍ଲୀ: ସ୍ପେନ ୮୭ ମିନିଟରେ ମିକେଲ ଓୟାରଜାବଲଙ୍କ ଦ୍ୱାରା ଦିଆଯାଇଥିବା ଗୋଲ ବଳରେ ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ଐତିହାସିକ ଭାବରେ ତାହାର ଚତୁର୍ଥ ୟୁରୋପୀୟ ଚାମ୍ପିଅନସିପ ଟ୍ରଫି କବ୍ଚା କରିଛି । ଏହି ବିଜୟ ସହ ସ୍ପେନର ୟୁରୋପୀୟ ଟୁର୍ଣ୍ଣାମେଣ୍ଟରେ ରେକର୍ଡ ଆହୁରି ମଜବୁତ କରିଛି । ଏହାପୂର୍ବରୁ ସ୍ପେନ ୧୯୬୪, ୨୦୦୮ ଓ ୨୦୧୨ ମସିହାରେ ୟୁରୋପୀୟ ଚାମ୍ପିଅନସିପ ଜିତିଥିଲା । ଇଂଲଣ୍ଡ ବିପକ୍ଷ ଫାଇନାଲରେ ନିର୍ଣ୍ଣାୟକ କ୍ଷଣ ସେହି ସମୟରେ ଆସିଲା ଯେତେବେଳେ ଓୟାରଜାବଲ ମାର୍କ କୁକୁରେଲାଙ୍କ କ୍ରଶକୁ ଗୋଲରେ ପରିଣତ କରିଥିଲେ । ଫଳରେ ସ୍ପେନକୁ ବିଜୟ ମିଳିଥିଲା ଓ ସେ ୟୁରୋ ତାଜ ନିଜ ମୁଣ୍ଡରେ ପିନ୍ଧିଥିଲା । ଯଦି ଏହି ଗୋଲ ହୋଇ ନ ଥାଆନ୍ତା, ତେବେ ମ୍ୟାଚ ଅତିରିକ୍ତ ସମୟକୁ ଚାଲି ଯାଇ ଥାଆନ୍ତା ଓ ଫଳାଫଳ ଭିନ୍ନ ମଧ୍ୟ ହୋଇ ପାରି ଥାଆନ୍ତା ।

ଏହି ରୋମାଞ୍ଚକର ମ୍ୟାଚରେ ଇଂଲଣ୍ଡ ମଧ୍ୟ ସୁନ୍ଦର ଖେଳ ପ୍ରଦର୍ଶନ କରିଥିଲା । ୭୩ ତମ ମିନିଟରେ ଇଂଲଣ୍ଡର କୋଲ ପାମର ଗୋଲ କରି ସ୍ଥିତିକୁ ବରାବର କରିଥିଲେ । ମାତ୍ର ଶେଷ ମୁହୂର୍ତ୍ତରେ ଓୟାରଜାବଲଙ୍କ ଗୋଲ ସ୍ପେନକୁ ବିଜୟ ମୁକୁଟ ଦେଇଥିଲା । ଏହି ପରାଜୟ ସହ ଇଂଲଣ୍ଡର ୫୮ ବର୍ଷର ୟୁରୋକପ ସ୍ୱପ୍ନ ଏବେ ବି ସ୍ୱପ୍ନରେ ରହିଯାଇଛି । ୧୯୬୬ ମସିହାର ବିଶ୍ୱକପ ଟ୍ରଫି ପରେ ଏବେ ପର୍ଯ୍ୟନ୍ତ ଇଂଲଣ୍ଡ କୌଣସି ବଡ ଟ୍ରଫି ହାତକୁ ଲାଗି ନାହିଁ । ଏବେ ବି ଏହି ଶକ୍ତିଶାଳୀ ଦଳ ଏଥିପାଇଁ ସଂଘର୍ଷରତ ।

ୟୁରୋକପ ୨୦୨୪ ର ଫାଇନାଲ ଫାଇଟ ଦେକିବା ପାଇଁ ପ୍ରିନ୍ସ ୱିଲିୟମ ଓ ସ୍ପେନର ରାଜା ଫେଲିପ ସମେତ ଅନେକ ବଡ ବଡ ବ୍ୟକ୍ତିତ୍ୱ ଷ୍ଟାଡିୟମରେ ଉପସ୍ଥିତ ଥିଲେ । ବିଜୟୀ ହେବା ପରେ ସ୍ପେନ ଦଳ ଭାବୁକ ହୋଇ ପଡିଥିଲା । ନିକୋ ୱିଲିୟମ୍ସ ନିଜର ହାତରେ ତାଙ୍କର ମୁହଁକୁ ଢାଙ୍କୁଥିବାର ଦେଖିବାକୁ ମିଳିଥିଲା । ସ୍ପେନର ଅନ୍ୟ ସୁପରଷ୍ଟାର ଡୈନି କାର୍ବାଜଲ ମଧ୍ୟ ଭାବୁକ ହୋଇ ପଡିଥିଲେ । ସ୍ପେନର ବିଜୟ ପରେ ଏବେ ସ୍ପେନିସ ଫ୍ୟାନ୍ସ ମଧ୍ୟ ବେଶ୍ ଖୁସି ଅଛନ୍ତି ।

Get real time updates directly on you device, subscribe now.