fbpx

Video: ଦେଖନ୍ତୁ କିପରି ଟ୍ରେନ୍ ଆକ୍ସିଡେଣ୍ଟ ପୀଡିତଙ୍କୁ ନେଇ ରାତାରାତି ବାଲେଶ୍ୱରରୁ ଭୁବନେଶ୍ୱରରେ ପହଞ୍ଚିଲେ ୧୦୦ରୁ ଉର୍ଦ୍ଧ ଆମ୍ବୁଲାନ୍ସ

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଦ କରିଦେଇଛି। ଏହି ଦୁର୍ଘଟଣାରେ ଏଯାବତ ୨୭୫ ଜଣ ମୃତ୍ୟୁ କରିଥିବା ବେଳେ ହଜାରରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସବିଶେଷ ସୂଚନା ଅନୁଯାୟୀ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମୋଟ ୧୧୯୯ ଆହତ ଚିକିତ୍ସିତ ହେଉଛନ୍ତି ଏବଂ ୯୩୯ ଜଣ ଡିସଚାର୍ଜ ହୋଇସାରିଲେଣି। ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଏହି ଭୟଙ୍କର ଦୁର୍ଘଟଣା ପରେ ରାଜ୍ୟ ତଥା ରେଲୱେ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା।

ତେବେ ଶୁକ୍ରବାର ଏହି ଦୁର୍ଘଟଣା ପରେ ସମସ୍ତ ଆହତମାନଙ୍କୁ ବାଲେଶ୍ୱର ମେଡିକାଲରେ ଚିକିତ୍ସା କରିବା ସମ୍ଭବ ହୋଇ ନଥିଲା ସେଥିପାଇଁ ୧୦୦ରୁ ଉର୍ଦ୍ଧ ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ କଟକର ଏସସିବି ଏବଂ ଭୁବନେଶ୍ୱର ଏମ୍ସ ରେ ଆଣି ଭର୍ତ୍ତି କରାଯାଇଥିଲା। ତେବେ ଏହି କାର୍ଯ୍ୟ କିପରି ଭାବେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ସଫଳ ଭାବେ କରାଯାଇଥିଲା ତାହାର ଏକ ଭିଡିଓ ରିଲିଜ କରିଛନ୍ତି ଓଡ଼ିଶା ସରକାର। ଏହି ଭିଡିଓରେ ଦିଆଯାଇଥିବା ସୂଚନ ଅନୁସାରେ ୯୦ ଆମ୍ବୁଲାନ୍ସ ବାଲେଶ୍ୱରରୁ ଭୁବନେଶ୍ୱର ପର‌୍ୟ୍ୟନ୍ତ ୧୮୦ ଟ୍ରେନ୍ ଆକ୍ସିଡେଣ୍ଟ ପୀଡିତଙ୍କୁ ନେଇ ରାତାରାତି ଆସି ପହଂଚିଥିଲେ।

Get real time updates directly on you device, subscribe now.