fbpx

ପୋଲିସ ଷ୍ଟେସନକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅଭିଯୁକ୍ତ ପରି ବ୍ୟବହାର କରିବା ଅନୁଚିତ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ଅନେକ ସମୟରେ ଦେଶରେ ଘଟୁଥିବା ବିଭିନ୍ନ ମାମଲାକୁ ନେଇ ଦେଶର ସର୍ବୋଚ୍ଚ କୋର୍ଟ ନିଜର ମନ୍ତବ୍ୟ ପ୍ରଦାନ କରିଥାନ୍ତି । ତେବେ ହେଟ୍ ସ୍ପିଚକୁ ନେଇ ନିକଟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ପୋଲିସ ଷ୍ଟେସନକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅଭିଯୁକ୍ତଙ୍କ ପରି ବ୍ୟବହାର କରାଯିବା ଅନୁଚିତ । ଏଥିସହିତ ଥାନାରେ କାର୍ଯ୍ୟରତ ଥିବା ପୋଲିସ ଅଧିକାରୀ କର୍ତ୍ତବ୍ୟରେ ଅବହେଳା କଲେ ବର୍ତ୍ତିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି ।

ଗତ ୨୦୨୧ରେ ନୋଏଡ଼ାରେ ହୋଇଥିବା ଏକ ହେଟ୍ ସ୍ପିଚ ମାମଲାର ଶୁଣାଣି କରିବା ଅବସରରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ କଡ଼ା ପ୍ରଶ୍ନ ପଚାରିଥିଲେ । ଏହି ମାମଲା ୨୦୨୧ ମସିହା ଜୁଲାଇରେ ଘଟିଥିବା ବେଳେ ୨୦୨୩ ମସିହା ଜାନୁଆରୀରେ କାହିଁକି ମାମଲା ଦାୟର ହୋଇଥିଲା ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ଏଥିସହିତ ଏହି ମାମଲାରେ ସରକାରଙ୍କୁ ଦୁଇ ସପ୍ତାହର ସମୟ ଦେବା ସହିତ ଆଫିଡେଭିଡ୍ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଥିଲେ ।

ଅଦାଲତ ଏହି ମାମଲାର ଏଫଆଇଆର କପି ଓ ଅଭିଯୁକ୍ତଙ୍କ ବିବରଣୀ ମାଗିଥିଲେ । ଏଥିସହିତ ଅଭିଯୁକ୍ତଙ୍କୁ କେବେ ବେଲ ଦିଆଯାଇଥିଲା ତାହା ମଧ୍ୟ କୋର୍ଟ ୟୁପି ସରକାରଙ୍କୁ ପଚାରିଥିଲେ । ଗତ ୨୦୨୧ ମସିହା ଜୁଲାଇ ମାସରେ ୬୨ ବର୍ଷୀୟ କାଜୀମ ଅହମଦ ଶେରବାନୀ ଏକ ଘୃଣ୍ୟ ମନ୍ତବ୍ୟର ଶିକାର ହୋଇଥିଲେ । ସେହିପରି ପୋଲିସ ଉପରେ ଲାଗିଥିବା ନିଷ୍କ୍ରିୟତା ଅଭିଯୋଗକୁ ନେଇ କୋର୍ଟ କହିଥିଲେ, ଏପରି ଅଧିକାରୀ ନିଜର କର୍ତ୍ତବ୍ୟରେ ଲାବରବାହୀ କରି ବର୍ତ୍ତିପାରିବେ ନାହିଁ । ଆମକୁ ଏକ ଉଦାହରଣ ପ୍ରତିଷ୍ଠା କରିବା ଦରକାର । ଫଳରେ ଆମେ ବିକଶିତ ଦେଶଗୁଡ଼ିକର ସମକକ୍ଷ ହୋଇପାରିବା । ଯେଉଁ ବ୍ୟକ୍ତିମାନେ ଥାନାକୁ ଆସୁଛନ୍ତି ସେମାନଙ୍କୁ ଅଭିଯୁକ୍ତଙ୍କ ପରି ବ୍ୟବହାର କରାଯିବା ଠିକ୍ ନୁହେଁ ।

 

Get real time updates directly on you device, subscribe now.