‘ପ୍ରତି ଗାଁରେ ହେବ ଓମଫେଡ୍ ଷ୍ଟଲ’, ପଶୁ ଓ ମତ୍ସ୍ୟ ସଂପଦ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ପ୍ରତି ଗାଁରେ ହେବ ଓମଫେଡ୍ ଷ୍ଟଲ। ଏନେଇ ସୂଚନା ଦେଇଛନ୍ତି, ପଶୁ ଓ ମତ୍ସ୍ୟ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ସେ କହିଛନ୍ତି, ‘ଦୁଗ୍ଧ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ୱ ଦିଆଯାଉଛି। ଓମଫେଡ ଗୁଡିକର ପୁନର୍ଗଠନ କରାଯିବ। ଗାଁ ଗହଳିରେ ଓମଫେଡର ଚାହିଦା ବର୍ତ୍ତମାନ ବଢିବାରେ ଲାଗିଛି। ଏଥିପାଇଁ ପ୍ରତି ଗାଁରେ ଷ୍ଟଲ୍ ଖୋଲିବାକୁ ବ୍ୟବସ୍ଥା କରିବୁ।’

ଜିଲ୍ଲାରେ ସମସ୍ତ ବଡ଼ ମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ। ଏନେଇ ସମସ୍ତ ଜିଲ୍ଲାପଳଙ୍କୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ। ପ୍ରତି ବ୍ଲକରେ କାମଧେନୁ ଯୋଜନା କାର୍ଯ୍ୟକାରୀ ହେବ। ଏହି ଯୋଜନାରେ ୧୪୩୨ କୋଟି ଟଙ୍କା ବ୍ୟୟ ହେବ।