fbpx

ଟେକ୍ ଫାର୍ମରେ ପଶି ସିଇଓଙ୍କୁ ହତ୍ୟା କଲା ପୂର୍ବତନ କର୍ମଚାରୀ: ମର୍ଡର ପରେ ଅଭିଯୁକ୍ତ ଫେରାର୍

ବେଙ୍ଗଲୁରୁ: ବେଙ୍ଗଲୁରୁର ଏକ ଟେକ୍ ଫାର୍ମରେ ଘଟିଯାଇଛି ଏକ ଛାତିଥରା ଘଟଣା । ଏକ ବର୍ଷ ପୁରୁଣା ଟେକ୍ କମ୍ପାନୀର ସିଇଓଙ୍କୁ ଅଫିସ ଭିତରେ ହତ୍ୟା କରିଛି କର୍ମଚାରୀ । କମ୍ପାନୀ ଭିତରେ ଟେକ୍ ଫାର୍ମର ସିଇଓ ଏବଂ ମ୍ୟାନେଜିଙ୍ଗ ଡାଇରେକ୍ଟରଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିବା ଜାଣିବାକୁ ମିଳିଛି । କମ୍ପାନୀର ଜଣେ ପୂର୍ବତନ କର୍ମଚାରୀ ଅଫିସ ଭିତରେ ପଶି ଖଣ୍ଡାରେ କରିବା ସହିତ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି ।

ସୂଚନା ଅନୁସାରେ, ଏରୋନିକ୍ସ ଇଣ୍ଟରନେଟ କମ୍ପାନୀ ଭିତରେ ପଶି ଜଣେ ପୂର୍ବତନ କର୍ମଚାରୀ ଅଭାବନୀୟ କାଣ୍ଡ ଘଟାଇଛନ୍ତି । ଖଣ୍ଡାରେ କାର୍ଯ୍ୟରତ ସିଇଓ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ କରିଥିଲା ଅଭିଯୁକ୍ତ । ତେବେ ଆକ୍ରମଣ ପରେ ହସ୍ପିଟାଲ ନେବା ବାଟରେ ପ୍ରାଣ ହରାଇଛନ୍ତି କମ୍ପାନୀର ମ୍ୟାନେଜିଙ୍ଗ ଡାଇରେକ୍ଟର ଫନିନ୍ଦ୍ର ସୁଭ୍ରମଣ୍ୟ ଏବଂ ସିଇଓ ବିନୁ କୁମାର । ଏହି କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଫେଲିକ୍ସ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ସୂଚନା ଦେଇଛନ୍ତି ନର୍ଥ ଇଷ୍ଟ ଡିସିପି ଲକ୍ଷ୍ମୀ ପ୍ରସାଦ । ଫେଲିକ୍ସର ମଧ୍ୟ ସମାନ ବ୍ୟବସାୟ ଥିବା ବେଳେ ଫନିନ୍ଦ୍ର ଏବଂ ବିନୁ ତାଙ୍କ ବିଜନେସରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.