fbpx

ପରଲୋକରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଦୁଃଖ ଖବର । ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ ଘଟିଛି । ଶ୍ରୀ ଭଣ୍ଡାରେଙ୍କ ବିୟୋଗରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଶ୍ରୀ ଦାସ ପୂର୍ବତନ ରାଜ୍ୟପାଳଙ୍କ ଆତ୍ମାର ସଦଗତି ନିମନ୍ତେ କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । ଏହି ଖବର ଶୁଣିବା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ବହୁ ପ୍ରମୁଖ ରାଜନେତା ଶୋକ ବ୍ୟକ୍ତ କରିଛନ୍ତି ।

୧୯୨୮ ମସିହା ଡିସେମ୍ବର ୧୦ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଭଣ୍ଡାରେ ଦୀର୍ଘବର୍ଷ ଧରି ରାଜନୀତି ସହ ଜଡ଼ିତ ରହିଥିଲେ । ସେ ମହାରାଷ୍ଟ୍ର କଂଗ୍ରେସର ଜଣେ ବରିଷ୍ଠ ନେତା ଭାବେ ସୁଖ୍ୟାତି ଅର୍ଜନ କରିଥିଲେ । ସେ ୧୯୮୦-୧୯୮୨, ୧୯୮୨-୧୯୮୮ ଓ ୧୯୮୮-୧୯୯୨ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ରହିଥିଲେ । ସେ ସୁପ୍ରିମକୋର୍ଟରେ ଜଣେ ବରିଷ୍ଠ ଆଇନଜୀବୀ ଭାବେ କାର୍ଯ୍ୟ କରିବା ସହ ୨ ଥର ସୁପ୍ରିମକୋର୍ଟର ବାର ଆସୋସିଏସନର ସଭାପତି ରହିଥିଲେ । ସେ ୨୦୦୭ ମସିହା ଅଗଷ୍ଟ ୨୧ରେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୦୧୩ ମସିହା ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଏସ.ସି ଜମିର ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ସେ ରାଜ୍ୟପାଳ ପଦରେ ରହିଥିଲେ ।

Get real time updates directly on you device, subscribe now.