fbpx

Ex MLA ତଥା UPର ବାହୁବଳୀ ନେତାଙ୍କୁ ୧୦ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜଣେ ବାୟୁବଳୀ ନେତା ତଥା ପୂର୍ବତନ ବିଧାୟକଙ୍କୁ ୧୦ ବର୍ଷର ଜେଲଦଣ୍ଡ ଶୁଣାଣି ହୋଇଛି । ଏଥିସହିତ ଗ୍ୟାଙ୍ଗଷ୍ଟାର ଆକ୍ଟରେ ତାଙ୍କ ଉପରେ ୫ ଲକ୍ଷର ଜରିମାନା ଲାଗୁ କରାଯାଇଛି । ୧୬ ବର୍ଷର ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ଉପରେ ଏହି ଦଣ୍ଡ ଲାଗୁ କରାଯାଇଛି । ଗାଜିପୁର ଗ୍ୟାଙ୍ଗଷ୍ଟର କୋର୍ଟ ଏହି ଶୁଣାଣି କରିଥିବା ଜଣାପଡ଼ିଛି ।

ଅନସାରୀଙ୍କ ପୂର୍ବରୁ ତାଙ୍କର ଜଣେ ସମ୍ପର୍କୀୟ ଆତିଫ ରଜାଙ୍କୁ ଗିରଫ କରାଯାଇଥିଲା । ବେଆଇନ ଆର୍ଥିକ କାରବାର ନେଇ ୟୁପି ପୋଲିସ ଅନସାରୀଙ୍କ ନାମରେ ଏଫଆଇଆର ଦାୟର କରିଥିଲା । ଏଥିସହିତ ବିକାଶ କନଷ୍ଟ୍ରକସନ ନାମକ ଏକ କମ୍ପାନୀ ବିରୋଧରେ ଦୁଇଟି ମାମଲା ଦାୟର ହୋଇଥିଲା । ଉକ୍ତ କମ୍ପାନୀକୁ ଅନସାରୀଙ୍କ ପତ୍ନୀ ଓ ଆତିଫଙ୍କ ସମେତ ଆଉ ଦୁଇ ସମ୍ପର୍କୀୟ ଚଲାଉଥିଲେ ।

ଅନସାରୀଙ୍କ ନାମରେ ବେଆଇନ ଜମି ହଡ଼ପ, ହତ୍ୟା ଓ ବଟି ଆଦାୟ ନେଇ ଅତିକମରେ ୪୯ଟି ଅପରାଧିକ ମାମଲା ରହିଥିଲା । ଉକ୍ତ ମାମଲା ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିନରେ ରହିଛି । ସେ ଗତ ୧୯୯୬ରେ ପ୍ରଥମ ଥର ପାଇଁ ବହୁଜନ ସମାଜ ପାର୍ଟି ଟିକେଟରେୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ମଊ ଆସନରୁ ତିନିଥର ବିଧାୟକ ଭାବେ ଜିତିଥିଲେ । ଗତ ୨୦୨୫ରେ ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କ ହତ୍ୟା ମାମଲାରେ ତାଙ୍କ ନାମକୁ ନେଇ ଚର୍ଚ୍ଚା ହୋଇଥିଲା । ସେ ସମୟରେ ଅନସାରୀ ଜେଲରେ ରହିଥିଲେ ହେଁ ହତ୍ୟା ପଛରେ ତାଙ୍କର ହାତ ଥିବା ଆଲୋଚନା ହୋଇଥିଲା ।

Get real time updates directly on you device, subscribe now.