25 ତାରିଖ ଓଡିଶା ପାଇଁ ବେଶ୍ ମହତ୍ତ୍ବପୂର୍ଣ୍ଣ, ବାତ୍ୟା ପାଇଁ ପରୀକ୍ଷା ବାତିଲ୍

ଭୁବନେଶ୍ବର: ମାଡି ଆସୁଛି ଦାନା । ସୃଷ୍ଟ ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ତେବେ ଏହା ଆସନ୍ତାକାଲି ମଧ୍ୟରେ ସମୁଦ୍ରରେ ବଳ ଗୋଟାଇ ବାତ୍ୟାରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ତେବେ ଏହା 24 ରାତିରୁ 25 ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରାଯାଇଛି । ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ଜିଲ୍ଲା ସ୍ତରରେ ମଧ୍ୟ ସଜାଗ କରାଯାଇଛି । ତେବେ ବାତ୍ୟା ପାଇଁ 3ଦିନ ସ୍କୁଲ ଛୁଟି ଘୋଷଣା ହୋଇଥିବା ବେଳେ ସମସ୍ତ ପ୍ରକାର ଲୋକାଲ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ଏନେଇ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

ଖବର ଅନୁସାରେ, ସମ୍ଭାବ୍ୟ ବାତ୍ୟା ପାଇଁ ପାଖାପାଖି 120 କିଲୋମିଟର ବେହରେ ପବନ ବହିବାର ସମ୍ଭାବନା ରହିଛି । ଜିଲ୍ଲା ପ୍ରଶାସନ ସହିତ ରାଜସ୍ବ ପରିଚାଳନା ବିଭାଗ ସମ୍ପର୍କରେ ରହିଥିବା ନେଇ ସୂଚନା ଦିଆଯାଇଛି  । ୨୫୦ ରିଲିଫ ସେଣ୍ଟର ଗ୍ରାଉଣ୍ଡ ଜିରୋରେ ତଦାରଖ ସରିଥିବା ବେଳେ 500ରୁ ଅଧିକ ଆଶ୍ରୟସ୍ଥଳୀ ମଧ୍ୟ କରାଯାଇଛି । 25 ତାରିଖ ସକାଳ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି । ସ୍ଥାନାନ୍ତରିତ ହେବାକୁ ଥିବା ଲୋକଙ୍କ ଚିକିତ୍ସା, ରନ୍ଧା ଖାଦ୍ୟ, ଗର୍ଭବତୀ ତାଲିକା ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ କରିଛି ।ସବୁ ବନ୍ଦରକୁ ଆଲର୍ଟ କରାଯାଇଥିବା ବେଳେ ବାତ୍ୟାର ଦିଗ ବଦଳିଲେ ମଧ୍ୟ ସରକାର ପ୍ରସ୍ତୁତ ରହିଥିବା କଥା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.