କୋଟିଆର ଗ୍ରାମପୁଞ୍ଜକୁ ଛାଡିଲେ ସବୁ ଠିକଠାକ: ସୂରେଶ ପୂଜାରୀ

ଭୁବନେଶ୍ୱର- ପୁଣି ଗୃହରେ ଉଠିଲା କୋଟିଆ ପ୍ରସଙ୍ଗ । କଂଗ୍ରେସ କୋଟିଆ ପ୍ରସଙ୍ଗକୁ ଉଠାଇବା ସହ ସରକାର ଏହା ଉପରେ କଣ ପଦକ୍ଷପେ ନେଇଛନ୍ତି ଜାଣିବାକୁ ଚାହିଁଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି । ଏହା ପ୍ରଶ୍ନର ଉତ୍ତର ରଖିଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କୋଟିଆର ଗୋଟିଏ ଜାଗାକୁ ଛାଡି ଦେଲେ ଅନ୍ୟ କୌଣସି ଜାଗାରେ କିଛି ବଡ ଧରଣର ବିବାଦ ନ ଥିବା କହିଛନ୍ତି ମନ୍ତ୍ରୀ । ଏଥିସହ କୋଟିଆ ପାଇଁ ୧୦୮କୋଟି ୫୩ ଲକ୍ଷ ୧୨ ହଜାର ଖର୍ଚ୍ଚ ହୋଇଥିବା କହିଛନ୍ତି ମନ୍ତ୍ରୀ ।

ସେହିପରି ରମେଶ ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ସୂରେଶ ପୂଜାରୀ କହିଛନ୍ତି ରାଜ୍ୟର ୧୪ ଜିଲ୍ଲାରେ ଅନ୍ତଃରାଜ୍ୟ ସୀମା ବିବାଦ ରହିଛି । ଏହି ଜିଲ୍ଲା ଆନ୍ଧ୍ର, ଛତିଶଗଡ, ଝାଡଖଣ୍ଡ ଓ ପଶ୍ଚିମ ବଙ୍ଗ ସହ ରହିଛି । ତେବେ କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ର ସହ ବିବାଦ ଥିବା ବେଳେ କୋଟିଆର ଅନ୍ୟ କୌଣସି ସ୍ଥାନକୁ ନେଇ କୌଣସି ବଡ ଧରଣର ବିବାଦ ନ ଥିବା କହିଛନ୍ତି ମନ୍ତ୍ରୀ ।

ତେବେ ଗୃହରେ ତାରା ବାହିନୀ ପତି କହିଥିଲେ କି, କୋଟିଆ ସହ ଦୀର୍ଷ ବର୍ଷ ଧରି ବିବାଦ ଲାଗି ରହିଛି । ୨୦୦୬ରେ ଆନ୍ଧ୍ର କୋଟିଆର କିଛି ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇଯାଇଥିଲା । କିନ୍ତୁ ବିଗତ ସରକାର ଏହାକୁ ନେଇ କିଛି ପଦକ୍ଷେପ ନେଇ ନ ଥିଲେ । ତେବେ ବର୍ତ୍ତମାନ ସରକାର କଣ ପଦକ୍ଷେପ ନେଇଛନ୍ତି, ତାହା ଜାଣିବାକୁ ଚାହିଁଥିଲେ ତାରା ।