fbpx

ବିଦେଶୀ ମଦ ଦୋକାନରେ ଅବକାରୀ ବିଭାଗର ଚଢ଼ାଉ

ଭୁବନେଶ୍ୱର: ରାଜଧାନୀରେ ପୁଣି ବିଦେଶୀ ମଦ ଦୋକାନରେ ଚଢ଼ାଉକୁ ନେଇ ଚର୍ଚ୍ଚା । ଭୁବନେଶ୍ୱର ବରମୁଣ୍ଡା ବସ୍ ଷ୍ଟାଣ୍ଡ୍ ନିକଟରେ ଏକ ବିଦେଶୀ ଠିପି ଖୋଲା ମଦ ଦୋକାନ ଉପରେ ଅବକାରୀ ବିଭାଗର ଚଢ଼ାଉ କରିଛି । ଏଠାରେ ଅସଲି ବ୍ରାଣ୍ଡ୍ ନାଁରେ ନକଲି ମଦ ବିକ୍ରି ସହ ମଦରେ ପାଣି ଭର୍ତ୍ତି କରି ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ଖବର ପାଇବା ପରେ ଅବକାରୀ ବିଭାଗ ମଦ ଦୋକାନ ଉପରେ ଚଢ଼ାଉ କରାଯିବା ସହ ବିପୁଳ ପରିମାଣରେ ଅପମିଶ୍ରିତ ବିଦେଶୀ ମଦ ଜବତ କରିଛି । କହିରଖୁଛୁ ଚିକିଟିରେ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ଅନେକ ଲୋକ ପ୍ରାଣ ହରାଇବା ପରେ ସଜାଗ ରହିଛି ଅବକାରୀ ବିଭାଗ ।

 

Get real time updates directly on you device, subscribe now.