fbpx

ଅବକାରୀ ବିଭାଗର ଚଢ଼ଉ: ୧୫ ଲିଟର ବିଦେଶୀ ମଦ ଜବତ ସହ ଜଣେ ଗିରଫ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ବର୍ତମାନ ଅବକାରୀ ବିଭାଗର ଲଗାତାର ଭାବେ ଚଢଉ ଜାରୀ ରହିଥିବା ବେଳେ ଆଜି ଗଞ୍ଜାପାରା ପଞ୍ଚାୟତ ଅଧୀନରେ ଥିବା କୁସୁମପୁର ଆଦିବାସୀ ଗ୍ରାମରେ ବିଦେଶୀ ମଦ ବିକ୍ରୀ ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଉଛି । କୁସୁମପୁର ଆଦିବାସୀ ଗ୍ରାମର ମହନ ଗଣ୍ଡ ବିଦେଶୀ ମଦ ବିକ୍ରୀ କରୁଥିବା ବେଳେ ଅବକାରୀ ବିଭାଗ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏ ନେଇ କେଶ୍ ନମ୍ବର ୫୫/୨୧-୨୨ ରେ ମାମଲା ରୁଜୁ କରିଥିବା ଜଣାପଡିଛି । ମହନ ନିକଟରୁ ଦେଶୀ ମଦ ୧୦ ଲିଟର ଓ ବିଦେଶୀ ମଦ ୧୫ ଲିଟର ଜବତ କରାଯାଇଛି ।

ଏହି ଚଢ଼ଉରେ ରାଇଘର ଅବକାରୀ ବିଭାଗ ଭାରପ୍ରାପ୍ତ ଦାୟିତ୍ୱରେ ଥିବା ଏଏସଆଇ କୁଶ ଜାଲଙ୍କ ନେତୃତ୍ତ୍ୱରେ ଉକ୍ତ ଟିମରେ ଇନ୍ସପେକ୍ଟର ହରି ହର ସିଂ,ଉମରକୋଟ ଓଆଇସି ମନୁ ଆଏଲ୍‌, ଡାବୁଗାଁ ଏଏସଆଇ ମାଖନ ହାଲଦାର୍ ସହ ଏକ ଟିମ ସାମିଲ୍ ହୋଇଥିଲା । ବର୍ତମାନ ଲଗାତାର ଗ୍ରାମାଞ୍ଚଳରେ ବିଦେଶୀ ମଦର ପ୍ରସାର ବଢୁଥିବା ଯୋଗୁଁ ଅବକାରୀ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେଇ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଇଥିବା ସୂଚନା ଦିଆଯାଇଛି ।

Get real time updates directly on you device, subscribe now.