fbpx

ମଦ ରନ୍ଧା ଯାଉଥିବା ଘରେ ଅବକାରୀ ବିଭାଗ ଚଢାଉ; ୯୦ଲିଟର ମଦ ଜବତ, ୨ ଗିରଫ

ନବରଙ୍ଗପୁର (ଓଡ଼ିଶା ଭାସ୍କର) : ନବରଙ୍ଗପୁର ଜିଲ୍ଲାପାଳ ଡଃ. ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରୀକ୍ଷକ ବିପ୍ରଚରଣ ମଣ୍ଡଳଙ୍କ ନେତୃତ୍ୱରେ ଏକ ଟିମ୍‌ ନବରଙ୍ଗପୁର ଥାନା ଅଞ୍ଚଳର ରଙ୍ଗମାଟିଗୁଡା ଗ୍ରାମରେ ବେଆଇନ ଭାବେ ମଦ ରନ୍ଧା ଯାଉଥିବା ଘରେ ଚଢାଉ କରିଛି । ଚଢଉ ବେଳେ ୯୦ଲିଟର ଦେଶୀମଦ ଜବତ କରିବା ସହ ମଦ ପାଇଁ ପ୍ରସ୍ତୁତ ଥିବା ୩୫୦୦ଲିଟର ପୋଚକୁ ନଷ୍ଟ କରି ଏଥିରେ ସମ୍ପୃକ୍ତ ରଙ୍ଗମାଟିଗୁଡାର ୨ଜଣ ଚନ୍ଦ୍ର ଶେଖର ସାମରେ ଏବଂ ଏସ୍‌.ଗୋବିନ୍ଦାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

Get real time updates directly on you device, subscribe now.