fbpx

Exit Poll 2024: ଜମ୍ମୁ କଶ୍ମୀରରେ ଏଥର କିଏ ଗଢ଼ିବ ସରକାର, କ’ଣ କହୁଛି ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ବିଧାନସଭାର ୯୦ଟି ଆସନ ପାଇଁ ୩ଟି ପର୍ଯ୍ୟାୟରେ ମତଦାନ ସମାପ୍ତ ହୋଇସାରିଥିବା ବେଳେ ଏହା ମଧ୍ୟରେ ଆସିଛି ଏଗଜିଟ୍ ପୋଲ ରିପୋର୍ଟ । ଆସନ୍ତା ୮ ତାରିଖରେ ଫଳାଫଳ ସାମ୍ନାକୁ ଆସିବାକୁ ଥିବାବେଳେ ଏକଜିଟ ପୋଲ ଆକଳନକୁ ନେଇ ଜନତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ରେ ଜମ୍ମୁ କଶ୍ମୀରରେ ମତଦାନ ଗ୍ରହଣ କରାଯାଇଥିଲା । ଏଥର ନ୍ୟାସନାଲ କନଫରେସନ୍ସ ଓ କଂଗ୍ରେସ ମେଣ୍ଟ କରି ନିର୍ବାଚନ ଲଢ଼ିଥିବା ବେଳେ ଅନ୍ୟପକ୍ଷରେ ବିପେି ଓ ପିଡିପି ନିଜ ଦମରେ ନିର୍ବାଚନ ଲଢ଼ିଥିଲେ ।

ତେବେ ସିଭୋଟର ଆକଳନ ଅନୁସାରେ, ଜମ୍ମୁର ୪୩ଟି ଆସନ ମଧ୍ୟରୁ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟକୁ ୧୧-୧୫ଟି ଆସନ, ବିଜେପିକୁ ୨୭-୩୧ଟି ଆସନ, ପିଡିପିକୁ ୦-୨ଟି ଆସନ ଓ ଅନ୍ୟ ଦଳ ୦-୧ଟି ଆସନ ପାଇବାର ସମ୍ଭାବନା ରହିଛି । ଜମ୍ମୁରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସକୁ ୩୬.୪ ପ୍ରତିଶତ ଭୋଟ ମିଳିବା ନେଇ ଅନୁମାନ କରାଯାଉଛି । ସେହିପରି ବିଜେପିକୁ କେବଳ ୪୧.୩ ପ୍ରତିଶତ ଭୋଟ ମିଳିପାରେ । ଅନ୍ୟପକ୍ଷରେ ପିଡସପିକୁ୪.୪ ପ୍ରତିଶତ ଓ ଅନ୍ୟ ଦଳଙ୍କ ଖାତାକୁ ୧୭.୯ ପ୍ରତିଶତ ଭୋଟ ଯିବା ନେଇ ଅନୁମାନ କରାଯାଉଛି । ସେହିପରି ଦୈନିକ ଭାସ୍କରର ଆକଳନ ମୁତାବକ, ଜମ୍ମୁ କ୍ଷେତ୍ରରେ ବିଜେପିକୁ ୨୦-୨୫ଟି ଆସନ, କଂଗ୍ରେସ ଓ ଏନସି ମେଣ୍ଟକୁ ୩୫-୪୦ଟି ଆସନ, ପିଡିପିକୁ ୪-୭ଟି ଆସନ ଓ ଅନ୍ୟ ଦଳଙ୍କୁ ୧୨-୧୬ଟି ଆସନ ମିଳିପାରେ ।

ସେହିପରି କଶ୍ମୀର କ୍ଷେତ୍ରର ୪୭ଟି ଆସନ ମଧ୍ୟରୁ ବିଜେପି ୧ଟି ଆସନ, କଂଗ୍ରେସ ଓ ଏନସି ମେଣ୍ଟକୁ ୨୯-୩୩ଟି ଆସନ ମିଳିବା ନେଇ ଇଣ୍ଡିଆ ଟୁଡେ ସି-ଭୋଟର ପକ୍ଷରୁ ପକ୍ଷରୁ ଅନୁମାନ କରାଯାଇଛି । ମୋଟାମୋଟି ଭାବେ ଜମ୍ମୁ କଶ୍ମୀର ୯୦ଟି ଆସନ ପକ୍ଷରୁ ଏନସି-କଂଗ୍ରେସ ମେଣ୍ଟକୁ ୪୦-୪୮, ବିଜେପିକୁ ୨୭-୩୨, ପିଡିପିକୁ ୬-୧୨ ଓ ଅନ୍ୟ ଦଳକୁ ୬-୧୧ଟି ସିଟ୍ ମିଳିବା ନେଇ ସି-ଭୋଟ ପକ୍ଷରୁ ଆକଳନ କରାଯାଇଛି । ସେହିପରି ଏନସି-କଂଗ୍ରେସ ମେଣ୍ଟକୁ ୩୫-୪୦, ବିଜେପିକୁ ୨୦-୨୫, ପିଡିପିକୁ ୪-୭ ଓ ଅନ୍ୟ ଦଳକୁ ୧୨-୧୮ଟି ଆସନ ମିଳିବା ନେଇ ଦୈନିକ ଭାସ୍କର ପକ୍ଷରୁ ଆକଳନ କରାଯାଇଛି ।

Get real time updates directly on you device, subscribe now.