ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭାର ୮୧ଟି ଆସନ ପାଇଁ ନଭେମ୍ବର ୧୩ ଓ ୨୦ରେ ଦୁଇଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯାଇଥିଲା । ଆସନ୍ତା ୨୩ ତାରିଖରେ ନିର୍ବାଚନରର ଫଳାଫଳ ସାମ୍ନାକୁ ଆସିବ । ଏହା ମଧ୍ୟରେ ସାମ୍ନାକୁ ଆସିଛି ଏଗଜିଟ୍ ପୋଲର ଆକଳନ । ଏଥର ରାଜ୍ୟରେ କିଏ ସରକାର ଗଢ଼ିବ, ତାହା ଜାଣିବାକୁ ସାରା ଦେଶ ଚାହିଁ ରହିଛି । ତେବେ ଏଥର ଝାଡ଼ଖଣ୍ଡରେ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ମେଣ୍ଟକୁ ବଡ଼ ଝଟକା ଲାଗିଥିବା ବେଳେ ଅନ୍ୟପଟେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)କୁ ବଡ଼ ସଫଳତା ମିଳିଛି ।
ଏଗଜିଟ ପୋଲ ଆକଳନ ଅନୁସାରେ, ଏଥର ନିର୍ବାଚନରେ ଏନଡିଏ ୪୨-୪୭ଟି ଆସନରେ ଜିତିବ । ସେହିପରି କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ୨୫-୩୦ଟି ପାଇବ ଓ ଅନ୍ୟ ଦଳମାନେ ୬ଟି ଆସନରେ ଜିତିବାର ସମ୍ଭାବନା ରହିଛି । ମାଟ୍ରିଜ ପକ୍ଷରୁ ଏହି କାଳନ କରାଯାଇଛି । ସେହିପରି ଜେଭିସି ଆକଳନ ଅନୁସାରେ, ରାଜ୍ୟରେ ଏନଡିଏକୁ ୪୦-୪୪ଟି ଆସନ ମିଳିବ । ସେହିପରି କଂଗ୍ରେସ-ଜେଏମଏମ ମେଣ୍ଟକୁ ୩୦-୪୦ଟି ଆସନ ଓ ଅନ୍ୟ ଦଳଙ୍କୁ ୧-୧୦ଟି ଆସନ ମିଳିବ । ଆକ୍ସିସ ମାଇଁ ଇଣ୍ଡିଆ ଅନୁସାରେ, ବିଜେପି ମେଣ୍ଟକୁ ୨୫ଟି ସିଟ, କଂଗ୍ରେସ ମେଣ୍ଟକୁ ୫୩ଟି ସିଟ୍ ଓ ଅନ୍ୟ ଦଳଙ୍କୁ ୩ଟି ସିଟ୍ ମିଳିବ । ସି ଭୋଟର ଅନୁଯାୟୀ, ଏଥର ରାଜ୍ୟରେ କାଣ୍ଟେ କା ଟକ୍କର ଦେଖିବାକୁ ମିଳିବ । ବିଜେପି ମେଣ୍ଟକୁ ୩୪ଟି, କଂଗ୍ରେସ ମେଣ୍ଟକୁ ୨୬ଟି ଓ ଅନ୍ୟ ଦଳଙ୍କୁ ୧ଟି ଆସନ ମିଳିବ । ତେବେ ୨୦ଟି ସିଟରେ କଡ଼ା ଦେଖିବାକୁ ମିଳିବ । ସେହି ଆସନଗୁଡ଼ିକରେ ବିଜୟୀ ଦଳ ହିଁ ସରକାର ଗଢ଼ିବାର ଯଥେଷ୍ଟ ସମ୍ଭାବନା ରହିଥିବା କୁହାଯାଇଛି ।