fbpx

ବଢିଲା ଷ୍ଟାର ପ୍ରଚାରକ ତାଲିକା: ଜାଣନ୍ତୁ ଏବେ କେତେ ଜଣ ଷ୍ଟାର ପ୍ରଚାରକଙ୍କୁ ନେଇ ନିର୍ବାଚନୀ ପ୍ରଚାର କରି ପାରିବେ ପ୍ରାର୍ଥୀ

ନୂଆଦିଲ୍ଲୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆସିଲା ନୂଆ ଟ୍ୱିଷ୍ଟ । ବଢିଲା ଷ୍ଟାର ପ୍ରଚାରକଙ୍କ ତାଲିକା । ଏଣିକି ଆହୁରି ସରଗରମ ହେବ ନିର୍ବାଚନ ପ୍ରଚାର । ବଢିବ ରୋମାଞ୍ଚ । ନିଜ ନିଜ ପାର୍ଟିର ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ସେଲିବ୍ରିଟି । ପ୍ରଚାରରେ ଷ୍ଟାର ପ୍ରଚାରକଙ୍କ ତାଲିକା ବଢାଇବା ପାଇଁ ଅନୁମତି ଦେଇଛନ୍ତି ଇଲେକ୍ସନ କମିଶନ ଅଫ ଇଣ୍ଡିଆ(ECI) ।

ଜାତୀୟ ଏବଂ ରାଜ୍ୟସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଢିବ ଷ୍ଟାର ପ୍ରଚାରକଙ୍କ ତାଲିକା । ଏଣିକି ୪୦ ଜଣ ଷ୍ଟାର ପ୍ରଚାରକଙ୍କୁ ନେଇ ପ୍ରଚାର କରିବେ ଦଳୀୟ ପ୍ରାର୍ଥୀ । ତେବେ ଅନ୍ୟାନ୍ୟ ଦଳମାନଙ୍କ ପାଇଁ ପ୍ରଚାରକଙ୍କ ସଂଖ୍ୟା ୨୦ ଜଣ ରଖାଯାଇଛି । ମାତ୍ର ୨୦ ଜଣ ଷ୍ଟାର ପ୍ରଚାରକଙ୍କୁ ନେଇ ପ୍ରଚାର କରିବା ପାଇଁ ସେମାନଙ୍କୁ ଅନୁମତି ଦିଆଯାଇ ପାରିବ । ତେବେ ଆସନ୍ତା ୨୩ ତାରିଖ ସନ୍ଧ୍ୟା ୫ଟା ଭିତରେ କମିଶନକୁ ଏହି ତାଲିକା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ କଡା ନିର୍ଦ୍ଦେଶ ଜାରି କରିଛନ୍ତି ଇଲେକ୍ସନ କମିଶନ ।

Get real time updates directly on you device, subscribe now.