fbpx

କେନ୍ଦ୍ର କର୍ମଚାରୀଙ୍କୁ ଖୁବଶୀଘ୍ର ମିଳିପାରେ ୧୮ ମାସର ବକେୟା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବଶୀଘ୍ର ନିଜ କର୍ମଚାରୀମାନଙ୍କୁ ବଡ଼ ଖୁସିଖବର ଦେବାକୁ ଯାଉଛନ୍ତି । କୁହାଯାଉଛି ଯେ, ୧୮ ମାସର ବକେୟା କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ନେଇ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି । ଏକ ରିପୋର୍ଟ ଅନୁସାରେ, କ୍ୟାବିନେଟର ଆଗାମୀ ବୈଠକରେ ଏହାକୁ ନେଇ ଚର୍ଚ୍ଚା ହୋଇପାରେ । ଏହା ବି କୁହାଯାଉଛି କି କେନ୍ଦ୍ର କର୍ମଚାରୀଙ୍କ ସର୍ବନିମ୍ନ ଦରମା ବୃଦ୍ଧି ହୋଇପାରେ । କର୍ମଚାରୀଙ୍କ ସର୍ବନିମ୍ବ ମୌଳିକ ଦରମା ୧୮ ହଜାର ବଦଳରେ ୨୬ ହଜାର ଟଙ୍କା ହୋଇପାରେ ।

ତେବେ ଜେସିଏମ ଦାବି କରିଛି ଯେ, ସପ୍ତମ ବେତନ ଅଧିନରେ ୧୮ ମାସରୁ ପେଣ୍ଡିଂ ଡିଏ ଏରିୟରର ୱାନ୍ ଟାଇମ୍ ସେଟଲମେଣ୍ଟ କରାଯାଉ । ଏହି ପରିପ୍ରେକ୍ଷୀରେ ଜେସିଏମ, ଡିପାର୍ଟମେଣ୍ଡ ଅଫ୍ ପର୍ସନାଲ ଆଣ୍ଡ ଟ୍ରେନିଂ ଓ ବିତ୍ତ ମନ୍ତ୍ରଣାଳୟ ମଧ୍ୟରେ ବକେୟା ଉପରେ ଆଲୋଚନା ହୋଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା ବୃଦ୍ଧି ପାଇବ ବୋଲି ସମ୍ଭାବନା ପ୍ରକାଶ ପାଉଛି । ତେବେ କେତେ ବୃଦ୍ଧି ହେବ ଓ ଏହାର କେବେ ଘୋଷଣା ହେବ, ତାହା କହିବା ଅସମ୍ଭବ । କିନ୍ତୁ କୁହାଯାଉଛି ଯେ, ମହଙ୍ଗା ଭତ୍ତା ୩୦ ପ୍ରତିଶତରୁ ବଢ଼ି ୩୪ ପ୍ରତିଶତ ହୋଇପାରେ । କ୍ୟାବିନେଟରୁ ଅନୁମୋଦନ ପାଇବା ପରେ ଏହା ବଜେଟ୍ ଖର୍ଚ୍ଚରେ ସାମିଲ ହେବ ।

Get real time updates directly on you device, subscribe now.