fbpx

ଖୁସି ଖବର! ବଢିବ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : ପାର୍ବଣ ଋତୁରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଘୋଷଣା କରିପାରନ୍ତି । ଏପରିକି ମହଙ୍ଗା ଭତ୍ତାରେ ୪% ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ବର୍ତ୍ତମାନ ଏହା ୩୪%ରେ ସୀମିତ ଥିବାବେଳେ ଏହା ୩୮%କୁ ଛୁଇଁବାର ସମ୍ଭାବନା ରହିଛି ।

ଚଳିତ ବର୍ଷ ଜାନୁୟାରୀରେ କେନ୍ଦ୍ର ସରକାର ୩% ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ଆସନ୍ତା ୨୮ ତାରିଖରେ ବସିବାକୁ ଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ପ୍ରତିବର୍ଷ ପାର୍ବଣ ଋତୁରେ କେନ୍ଦ୍ର ସରକାର କର୍ମଚାରୀମାନଙ୍କ ମହଙ୍ଗା ଭତ୍ତାରେ ବୃଦ୍ଧି ଘଟାଇଥାନ୍ତି ।

ତେବେ ଆସନ୍ତା କ୍ୟାବିନେଟ ବୈଠକରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦିଆଯିବା ପରେ କର୍ମଚାରୀ ମହଲରେ ଖୁସି ଖେଳିଯାଇଛି । ସୂଚନାଯୋଗ୍ୟ ଯେ, ସୋମବାର ଓଡ଼ିଶା ସରକାର ତାଙ୍କ କର୍ମଚାରୀଙ୍କ ନିମନ୍ତେ ୩% ମହଙ୍ଗା ଭତ୍ତାରେ ବୃଦ୍ଧି ଘଟାଇଛନ୍ତି ।

Get real time updates directly on you device, subscribe now.