fbpx

ମହଙ୍ଗା ଓ ଶସ୍ତା ସାମଗ୍ରୀ ଲିଷ୍ଟ: ବଜେଟ ଘୋଷଣା ପରେ କେଉଁ ସାମଗ୍ରୀର ଦାମ୍ କମିଲା ଓ କେଉଁ ସାମଗ୍ରୀର ଦାମ୍ ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ସଂସଦରେ କେନ୍ଦ୍ର ବଜେଟ ଆଗତ କରିଥିଲେ । ଅର୍ଥମନ୍ତ୍ରୀଙ୍କ ଘୋଷଣାକୁ ଦେଶର କୋଟି ଜନତା, ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷ ଉତ୍ସୁକତାର ସହ ଚାହିଁ ରହିଥିବା ବେଳେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଓ ବିଭିନ୍ନ କ୍ଷେତ୍ର ପାଇଁ ବଜେଟରେ ଅନେକ କିଛି ଘୋଷଣା କରାଯାଇଥିଲା । ତେଣୁ ୧୪୦ କୋଟି ଜନତାଙ୍କ ପାଇଁ ବଜେଟରେ କ’ଣ ରହିଛି, କେଉଁ ସାମଗ୍ରୀ ଶସ୍ତା ହେଲା ଆଉ କେଉଁ ସାମଗ୍ରୀ ସବୁ ମହଙ୍ଗା ହେଲା ତା’ର ଲିଷ୍ଟ ଜାଣିବା ନିହାତି ଆବଶ୍ୟ ।

ବଜେଟରେ ୧୫ ପ୍ରକାରର ସାମଗ୍ରୀର ଦାମ୍ ଶସ୍ତା ହୋଇଛି । ସେହି ସାମଗ୍ରୀଗୁଡ଼ିକ ମଧ୍ୟରେ ସୁନା, ରୁପା, ଆମଦାନୀ ଅଳଙ୍କାର, ପ୍ଲାଟିନ ତିଆରି ସାମଗ୍ରୀ, କ୍ୟାନସର ମେଡିସିନ, ମୋବାଇଲ ଫୋନ, ମୋବାଇଲ ଚାର୍ଜର, ମୋବାଇଲ ଫୋନର ପାର୍ଟସ, ମାଛ ଭୋଜନ, ଚମଡ଼ା ତିଆରି ବସ୍ତୁ, ରସାୟନ ପେଟ୍ରୋକେମିକାଲ, ପିଭିସି ଫ୍ଲେକ୍ସ ବ୍ୟାନର, ଏକ୍ସ-ରେ ମେଶିନ, ବୈଦ୍ୟୁତିକ ଯାନ, ସୋଲାର ପ୍ୟାନେଲ ଆଦି ସାମିଲ ରହିଛି ।

ସେହିପରି ବଜେଟରେ ଅନେକ ସାମଗ୍ରୀ ମହଙ୍ଗା ହୋଇଛି । ବିମାନ ଯାତ୍ରା, ସିଗାରେଟ, ପ୍ଲାଷ୍ଟିକ ସାମଗ୍ରୀ, ଫ୍ଲେକ୍ସ ବ୍ୟାନସର, ଆମୋନିୟମ ନାଇଟ୍ରେଡଟ, ନିର୍ଦ୍ଦିଷ୍ଟ ଟେଲି ଯୋଗାଯୋଗ ଉପକରଣ, ପିଭିସି ପ୍ଲାଷ୍ଟିକ୍ ଓ କପଡ଼ା ଆଦି ମହଙ୍ଗା ହେବ । ଅନ୍ୟପଟେ ପେଟ୍ରୋକେମିକା ଉତ୍ପାଦ ଉପରେ ଶୁଳ୍କ ବଢ଼ିବ । ପ୍ଲାଷ୍ଟିକ ଓ ପ୍ଲାଷ୍ଟିକ ସମ୍ପର୍କିତ ଉତ୍ପାଦନ ଉପରେ ମଧ୍ୟ ଶୁଳ୍କ ବଢ଼ିବ । ଆମୋନିୟମ ନାଇଟ୍ରେଡ ଉପରେ କଷ୍ଟମ ଡ୍ୟୁଟି ୧୦ ପ୍ରତିଶତରୁ ୨୫ ପ୍ରତିଶତକୁ ବୃଦ୍ଧି କରିବାକୁ ବଜେଟରେ ଘୋଷଣା ହୋଇଛି । ନିର୍ଦ୍ଦିଷ୍ଟ ଟେଲିକମ୍ ଯନ୍ତ୍ରପାତି ଉପରେ ମୌଳିକ କଷ୍ଟମ ଡ୍ୟୁଟି ମଧ୍ୟ ୧୦ରୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.