fbpx

ମାଡ଼ି ଆସୁଛି ମହଙ୍ଗା ସମୟ: ଆରବିଆଇ ଦେଲା ଚେତାବନୀ

ନୂଆଦିଲ୍ଲୀ, ୨୭ା୪: ଦେଶକୁ କରୋନାର ଲହର ଶ୍ୱାସରୁଦ୍ଧ କରି ଦେଇଛି । ଏହାଦ୍ୱାରା ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ, ଶିଳ୍ପପତି ଏପରିକି ବିଭିନ୍ନ କମ୍ପାନୀ, ଶିକ୍ଷାନୁଷ୍ଠାନ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । ତେବେ ଏହି ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ସୂଚନା ଜାରି କରାଯାଇଛି । ସମଗ୍ର ଦେଶରେ ଆଗକୁ ମହଙ୍ଗା ଜାରି ରହିବ, ତେଣୁ ସତର୍କ ରହିବାକୁ ଆରବିଆଇ ଜନସାଧାରଣଙ୍କୁ ଚେତାବନୀ ଦେଇଛି । ଯଦି ଆଗକୁ କରୋନା ସଂକ୍ରମଣ ବୃଦ୍ଧି ଜାରି ରହେ, ତେବେ ସମଗ୍ର ଦେଶରେ ଲକଡାଉନ ଲାଗୁ ହେବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନି । ଏହାର ପ୍ରଭାବରେ ଦେଶ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେବ ।

କରୋନା ଦ୍ୱାରା ବିଭିନ୍ନ ପ୍ରକାର ସାମଗ୍ରୀ ପରିବହନ ବାଧାପ୍ରାପ୍ତ ହେବା ଅବଶ୍ୟମ୍ଭାବୀ । ଗତ ଫେବୃଆରୀ ମାସରେ ମହଙ୍ଗା ୫ ପ୍ରତିଶତ ରହିଥିବା ବେଳେ ବର୍ତ୍ତମାନ ତାହା ୫.୫ ପ୍ରତିଶତରେ ପହଞ୍ଚିଲାଣି । ବିଶେଷ କରି ଖାଦ୍ୟ ଓ ଇନ୍ଧନ ସାମଗ୍ରୀ ଅଧିକ ମହଙ୍ଗା ସାବ୍ୟସ୍ତ ହେଉଥିବା ଆରବିଆଇ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.