fbpx

ସମ୍ପୂର୍ଣ୍ଣ ଭାବେ ବଦଳିଯିବ ଦେଶର ମେଡିକାଲ ଶିକ୍ଷା ବ୍ୟବସ୍ଥା! NMC ନିଷ୍ପତ୍ତିକୁ ନେଇ କ’ଣ କହୁଛନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ: ଦେଶରେ ମେଡିକାଲ ଶିକ୍ଷାର ପୂରା ଢାଞ୍ଚା ବଦଳିବାକୁ ଯାଉଛି । ଏଣିକି ସାରା ଦେଶରେ ଏମବିବିଏସ ଶେଷ ବର୍ଷର ଗୋଟିଏ ପରୀକ୍ଷା ହେବ । ସମସ୍ତ ସରକାରୀ, ଘରୋଇ ମେଡିକାଲ କଲେଜ, ୟୁନିଭରସିଟି ଯେଉଁଠି ବି ପଢ଼ୁଥିଲେ ଫାଇନାଲ ପରୀକ୍ଷା ଏକସଙ୍ଗେ ଆୟୋଜିତ ହେବ । ଯେଉଁ ମେଡିକାଲ ଛାତ୍ରଛାତ୍ରୀମାନେ ବିଦେଶରୁ ପାଠପଢ଼ା ସାରି ଭାରତକୁ ଫେରୁଛନ୍ତି, ସେମାନଙ୍କୁ ନ୍ୟାସନାଲ ଏଗଜିଟ ଟେଷ୍ଟ (ନେକ୍ସଟ) ପରୀକ୍ଷା ଦେବାକୁ ପଡ଼ିବ ।

ତେବେ ନେକ୍ସଟ ପରୀକ୍ଷା କ୍ଲିୟର କରିବା ପରେ ପ୍ରାର୍ଥୀଙ୍କୁ ପ୍ରାକ୍ଟିସ କରିବାକୁ ଅନୁମତି ମିଳିବ । ଏହି ପରୀକ୍ଷା ଆସିବା ପରେ ଏବେ ନିଟ୍ ପିଜି ପରୀକ୍ଷାର ଅନ୍ତ ଘଟିବ । ଏନେଇ ଜାତୀୟ ମେଡିକାଲ ଆୟୋଗ (ଏନଏମସି) ଗତ ବର୍ଷ ଡିସେମ୍ବର ମାସରେ ଏକ ପ୍ରସ୍ତାବ ଜାରି କରିଥିଲେ । ଏନଏମସି ଗତ ୨୦୧୯ରେ ନେକ୍ସଟର ପରିକଳ୍ପନା କରିଥିଲା । ତେବେ ଏହାଦ୍ୱାରା ପ୍ରାର୍ଥୀମାନେ ମେଡିକାଲ ପ୍ରାକ୍ଟିସ କରିବା ନେଇ ଅନୁମତି ପାଇବା ସହ ଏହି ପରୀକ୍ଷାର ସ୍କୋର ଆଧାରରେ ପିଜି ମେଡିକାଲରେ ନାମ ଲେଖାଇ ପାରିବେ ।

ତେବେ ଏନଏମସିର ଏହି ନିଷ୍ପତ୍ତିକୁ କିଛି ମେଡିକାଲ ବିଶେଷଜ୍ଞ ପ୍ରଶଂସା କରୁଛନ୍ତି । ମେଡିକାଲ ଶିକ୍ଷାରେ ଏପରି ପରିବର୍ତ୍ତନ ଆବଶ୍ୟକତା ଥିଲା । ଏହାଦ୍ୱାରା ଶିକ୍ଷାର ଗୁଣବତ୍ତାରେ ସୁଧାର ଆସିବ । ଘରୋଇ ମେଡିକାଲ କଲେଜ ଭଲ ଶିକ୍ଷକଙ୍କୁ ନିଯୁକ୍ତି ଦେବେ । ନୂଆ ବ୍ୟବସ୍ଥାରେ ମେଡିକାଲ ଛାତ୍ରଛାତ୍ରୀମାନେ ଜାତୀୟ ସ୍ତରର ପରୀକ୍ଷାରେ ସାମିଲ ହେଲେ ଶିକ୍ଷାରେ ବିକାଶ ଘଟିବ । ତେବେ ଏହା ଏକ ଭଲ ନିଷ୍ପତ୍ତି, ମାତ୍ର ଏହାଦ୍ୱାରା ମେଡିକାଲ ଶିକ୍ଷା କ୍ୟାମ୍ପସରେ ଅନୁଶାସନହୀନତା ବଢ଼ିବ । ଫାଇନାଲ ରେଜଲ୍ଟ କ୍ଷେତ୍ରରେ ଶିକ୍ଷକଙ୍କ କୌଣସି ଭୂମିକା ନ ରହିବା ଫଳରେ ସେମାନେ ଟିଚର୍ସଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ କରିବେ ନାହିଁ । ମାତ୍ର ଶିକ୍ଷାର ଗୁଣବତ୍ତା ପାଇଁ ଏହା ଜରୁରୀ ବୋଲି ଆଉ କିଛି ଏକ୍ସପର୍ଟ କହିଛନ୍ତି ।

Get real time updates directly on you device, subscribe now.