fbpx

ହଟିବ ବ୍ରିଟିଶ ଅମଳ ଆଇନ: ନୂଆ ବିଲରେ କଡ଼ା ଦଣ୍ଡବିଧାନ, ଜାଣନ୍ତୁ ଏବେ କେଉଁ ଅପରାଧ ପାଇଁ କ’ଣ ମିଳିବ ଦଣ୍ଡ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତୀୟ ଆଇନ୍ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ସଂସଦରେ ବିଲ୍ ବା ଚିଠା ଉପସ୍ଥାପନ କରିଛନ୍ତି । ଏହି ନୂଆ ବିଲ୍ ଆଇନ୍ ବଳରେ ଦେଶ ଦ୍ରୋହ ଆଇନ୍ କଠୋର ଏବଂ ପରିବ୍ୟାପ୍ତ ହେବ । ଏଣିକି ନାବାଳିକା ବଳାତ୍କାରୀଙ୍କୁ ସିଧା ଫାଶୀ ମିଳିବ, ସେହିଭଳି ଭିଡ଼ ହତ୍ୟା ଅପରାଧୀଙ୍କୁ ମଧ୍ୟ ମିଳିବ ସର୍ବୋଚ୍ଚ ଦଣ୍ଡ ମୃତ୍ୟୁ । ଆଗତ ହୋଇଥିବା ଏହି ତିନି ନୁଆ ବିଲ୍ ଅନୁଯାୟୀ ଭାରତୀୟ ଆଇନ୍ ଏବଂ ଦଣ୍ଡବିଧାନରେ ଅନେକ ପରିବର୍ତ୍ତନ ଆସିବ। ବିଭିନ୍ନ ମାମଲାରେ ତ୍ୱରିତ ବିଚାର ପାଇଁ ସକ୍ଷୀ, ତଦନ୍ତ ଏବଂ ବିଚାର ବ୍ୟବସ୍ଥାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ହେବ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକସଭାରେ ଆଣିଥିବା ତିନି ନୂତନବିଲ୍ ବ୍ରିଟିଶ ଅମଳର ୧୬୩ ବର୍ଷ ପୁରୁଣା ଭାରତୀୟ ପିଙ୍ଗଳ କୋଡ(ଆଇପିସି)କୁ ଭାରତୀୟ ନ୍ୟାୟ ସଂହିତା ବିଧେୟକ ୨୦୨୩, ଫୌଜଦାରୀ ଦଣ୍ଡବିଧାନ ଆଇନ୍‌(ସିଆରପିସି)କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଧେୟକ ୨୦୨୩ ଏବଂ ସାକ୍ଷ୍ୟ ଆଇନ୍‌(ଏଭିଡେନ୍ସ ଆକ୍ଟ)କୁ ଭାରତୀୟ ସକ୍ଷମ ବିଧେୟକ ୨୦୨୩ ପରିବର୍ତ୍ତନ କରିବ।

ଏବେ ୫୩୩ ଧାରା ରହିବ, ୧୬୦ ଧାରା ପରିବର୍ତ୍ତନ କରାଯାଇଛି, ୯ଟି ନୂଆ ଧାରା ଯୋଡ଼ା ଯାଇଛି ଏବଂ ୯ଟି ଧାରାକୁ ଉଚ୍ଛେଦ କରାଯାଇଛି । ଆଇପିସି ବଦଳରେ ଭାରତୀୟ ନ୍ୟାୟ ସଂହିତା ବିଧେୟକ ଲାଗୁ ହେବ । ଏଥିରେ ପୂର୍ବରୁ ଥିବା ୫୧୧ ଧାରା ପରିବର୍ତ୍ତେ ୩୫୬ ଧାରା ରହିବ । ସେହିପରି ୧୭୫ଟି ଧାରାରେ ସଂଶୋଧନ କରାଯାଇଛି, ୮ଟି ନୂଆ ଧାରା ଯୋଡ଼ାଯାଇଛି ଏବଂ ୨୨ଟି ଧାରା ରଦ୍ଦ କରାଯାଇଛି । ପ୍ରମାଣ ଆଇନ ବା ଏଭିଡେନ୍ସ ଆକ୍ଟର ସ୍ଥାନ ନେଉଥିବା ଭାରତୀୟ ସାକ୍ଷ ବିଲରେ ପୂର୍ବରୁ ଥିବା ୧୬୭ଟି ଧାରା ପରିବର୍ତ୍ତେ ଏବେ ୧୭୦ଟି ଧାରା ରହିବ, ୨୩ଟି ଧାରାରେ ପରିବର୍ତ୍ତନ କରାଯାଇଛି, ୧ଟି ନୂଆ ଧାରା ଯୋଡ଼ାଯାଇଛି ଏବଂ ୫ଟି ରଦ୍ଦ କରାଯାଇଛି ।

ତେବେ ଏହି ନୂତନ ବିଲ୍ ଆଇନ୍‌ରେ ପରିଣତ ହେବା ପରେ କିଛି ବଡ଼ ଅପରାଧ ପାଇଁ ଦଣ୍ଡବିଧାନରେ ପରିବର୍ତ୍ତନ ଆସିବ। ଆସନ୍ତ ସେଗୁଡ଼ିକ ଉପରେ ନଜର ପକାଇବା।

ନାବାଳକା ଦୁସ୍କର୍ମକାରୀଙ୍କୁ ଫାଶୀ: ନୂଆ ବିଲ୍‌ରେ ମହିଳା ବିରୋଧୀ ଅପରାଧ ଏବଂ ସାମାଜିକ ସମସ୍ୟାର ମୁକାବିଲା କରିବା ପାଇଁ ଅନେକ ପ୍ରାବଧାନ ରହିଛି । ଗଣବଳାତ୍କାର ମାମଲାରେ ୨୦ ବର୍ଷ କିମ୍ବା ଆଜୀବନ ଜେଲଦଣ୍ଡ ଏବଂ ନାବାଳିକା ବଳାତ୍କାର ମାମଲାରେ ମୃତ୍ୟୁଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି । ବଳାତ୍କାର ଆଇନ୍‌ରେ ଏବେ ନୂଆ ପ୍ରାବଧାନ ଯୋଡ଼ା ଯାଇଛି । ବିରୋଧ ନକରିବା ଅର୍ଥ ସହମତି ବୋଲି ଦର୍ଶାଯାଇଛି । ସେହିଭଳି ବିବାହ, ରୋଜଗାର, ଚାକିରି ଆଦି ନେଇ ଭୁଲ୍ କଥା କହି କାହାକୁ ବାହା ହେଉଥିଲେ ତାହାକୁ ଗୁରୁତ୍ତର ଅପରାଧ ବୋଲି ଦର୍ଶାଯାଇଛି । ଏଥି ନିମନ୍ତେ ୨୦ ବର୍ଷ କାରାଦଣ୍ଡ କିମ୍ବା ଆଜୀବନ ଜେଲଦଣ୍ଡର ପ୍ରାବଧାନ ରହିଛି ।

ଚେନ୍ ଛିଣ୍ଡାଉଥିବା ଚୋର ସାବାଡ୍ ହେବେ: ପିଡ଼ିତାଙ୍କ ବୟାନ ବାଧୟତାମୂଳକ: ନୂଆ ବିଲରେ ହିଂସା ମାମଲାରେ ପୀଡ଼ିତାଙ୍କ ବୟନ ବାଧ୍ୟତାମୂଳକ କରାଯାଇଛି । ଯୌନ ନିର୍ଯାତନା ମାମଲାରେ ବୟାନର ଭିଡିଓ ରେକର୍ଡିଂ ମଧ୍ୟ ଅନିବାର୍ଯ୍ୟ । ଅଭିଯୋଗକାରୀଙ୍କୁ ୯୦ ଦିନର ଏବଂ ତା ପରେ ପ୍ରତି ୧୫ ଦିନର ଅଭିଯୋଗର ସ୍ଥିତି ସମ୍ପର୍କରେ ସୂଚନା ଦେବା ପାଇଁ ପୋଲିସ ବାଧ୍ୟ।

ଚେନ୍ ଛିଣ୍ଡାଉଥିବା ଚୋର ସାବାଡ୍ ହେବେ: ମହିଳା କିମ୍ବା ଅନ୍ୟ କାହାଠାରୁ ଚେନ୍ ଏବଂ ଅନ୍ୟାନ ଅଳଙ୍କାର ଛଡ଼ାଇ ନେଉଥିବା ଅପରାଧୀଙ୍କ ପାଇଁ ଆଇନରେ ବ୍ୟବସ୍ଥା ନ ଥିଲେ । ଏହା ଚୋରି ମମଲା ହୋଇ ନ ଥିବରୁ ଅନେକ ଅପରାଧା ଲୁଚି ଯାଇଥିଲେ । ଏଣିକି ଚେନ୍ ଛିଡ଼ା ଚୋରି ଯୋଗୁ ସ୍ଥାୟୀ ଭନ୍ନକ୍ଷମ ହେଲେ କିମ୍ବା ବ୍ରେନ ଡେଡ୍ ହେଲେ ୧୦ ବର୍ଷ କରାଦଣ୍ଡ କିମ୍ବା ଆଜୀବନ ଜେଲ ହେବ ।

ଭିଡ଼ ହିଂସା ପାଇଁ ମୃତ୍ୟୁ ଦଣ୍ଡ: ନୂଆ ବିଧେୟକରେ ଭିଡ଼ ହିଂସାକୁ ହତ୍ୟା ସହ ଯୋଡ଼ାଯାଇଛି । ଯଦି ୫ କିମ୍ବା ଅଧିକ ଲୋକଙ୍କ ଭିଡ଼ ଜାତି, ଧର୍ମ, ସମୁଦାୟ, ଲିଙ୍ଗ, ଜନ୍ମସ୍ଥାନ, ଭାଷା କିମ୍ବା ବ୍ୟକ୍ତିଗତ ବିଶ୍ୱାସ ଅଥବା ଅନ୍ୟ କୌଣସି ଆଧାରରେ କାହାକୁ ହତ୍ୟା କରନ୍ତି ତେବେ ସେହି ଗୋଷ୍ଠୀର ସମସ୍ତ ସଦସ୍ୟଙ୍କୁ ଜେଲଦଣ୍ଡ କିମ୍ବା ମୃତ୍ୟୁ ଦଣ୍ଡାଦେଶ ମିଳିବ । ଏଥିରେ ସର୍ବନିମ୍ନ ଜେଲଦଣ୍ଡ ୭ ବର୍ଷ ରହିଛି । ଏହାସହ ଦୋଷୀ ଜରିମାନା ମଧ୍ୟ ଦେବେ ।

ଅଭିଯୁକ୍ତ ଅନୁପସ୍ଥିତିରେ ହେବ ମାମଲାର ବିଚାର: ବର୍ତ୍ତମାନ ସମରେ ଲକ୍ଷ କରାଯାଉଛି ଯେ, ଅଭିଯୁକ୍ତଙ୍କ ଅନୁପସ୍ଥିତି କାରଣରୁ ଅନେକ ମାମଲାର ବିଚାର କରାଯାଇ ପାରୁ ନାହିଁ । କିନ୍ତୁ ନୂଆ ବିଲ୍ ଆଇନ୍ ହେବା ପରେ ଏପରି ମନମାନି ଚଳିବ ନାହିଁ । ସମ୍ପୁର୍ଣ୍ଣ ପ୍ରକ୍ରିୟା ପରେ ସେସନ୍ସ କୋର୍ଟ ଯାହାକୁ ପଳାତକ ଘୋଷଣା କରିବେ ତାଙ୍କ ବିରୋଧରେ ଟ୍ରାଏଲ ଚାଲିବ । ଏଣିକି ଅଭିଯୁକ୍ତ ଉପସ୍ଥିତ ନରହିଲେ ମଧ୍ୟ ବିଚାର ପ୍ରକ୍ରିୟା ଚାଲୁ ରହିବ ଏବଂ ଦୁନିଆ କୌଣସି କୋଣରେ ସେ ରହିଲେ ଦଣ୍ଡ ବିଧାନ ମଧ୍ୟ କରାଯାଇ ପାରିବ ।

ଡିଜିଟାଲ ରେକର୍ଡ ବୈଧ ହେବ: ଆଇନରେ ଦସ୍ତାବିଜରେ ପରିଭାଷାକୁ ବିସ୍ତାର କରଯାଇ ଇଲେକ୍ଟ୍ରୋନିକ୍ସ କିମ୍ବା ଡିଜିଟାଲ ରେକର୍ଡ ଇ-ମେଲ୍‌, ସର୍ଭର ଲଗ୍‌, କମ୍ପ୍ୟୁଟର, ସ୍ମାର୍ଟ ଫୋନ୍‌, ଲାପ୍‌ଟପ, ଏସ୍ଏମ୍ଏସ୍‌, ୱେବସାଇଟ୍‌, ଲୋକେସନ, ମେଲ୍‌, ଡିଭାଇସ୍‌ରେ ଥିବା ମେସେଜ୍‌କୁ ଆଇନଗତ ଭାବେ ବୈଧ କରାଯିବ।

  • ସଙ୍ଗଠିତ ଅପରାଧ ପାଇଁ ଧାରା ୧୦୯, ଛୋଟ ସଙ୍ଗଠିତ ଅପରାଧ ଲାଗି ଧାରା ୧୧୦।
  • ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ଧାରା ୧୧୧ ଅନୁସାରେ ଦଣ୍ଡବିଧାନ।
  • ଭାରତର ସାର୍ବଭୌମତ୍ୱ, ଏକତା ଓ ଅଖଣ୍ଡତାକୁ ବିପଦରେ ପକାଉଥବା ଭଳି ଅପରାଧ ପାଇଁ ଧାରା ୧୫୦।
  • ‘ଶୂନ ମାମଲା’ ବ୍ୟବସ୍ଥାରେ ନାଗରିକ ଯେ କୌଣସି ଥାନାରେ ଏଫ୍‌ଆଇଆର୍ କରିପାରିବେ ଜିରୋ ଏଫ୍‌ଆଇଆର୍ ପଞ୍ଜୀକରଣର ୧୫ ଦିନ ଭିତରେ ସମ୍ପୃକ୍ତ ଅପରାଧ ଅଞ୍ଚଳରେ ଥିବା ଥାନାକୁ ପଠାଯିବ।
  • ଯୌନ ଅପରାଧ ପୀଡ଼ିତଙ୍କ ବୟାନ ରେକର୍ଡବେଳେ ଭିଡିଓଗ୍ରାଫି ବାଧ୍ୟତାମୂଳକ, ନାବାଳିକା ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ, ମାମଲାର ୯୦ ଦିନ ଭିତରେ ଚାର୍ଜଶିଟ୍ ଦାଖଲ।
  • ତଲାସି ଏବଂ ସମ୍ପତି ଜବତ ବେଳର ଭିଡିଓଗ୍ରାଫି ବାଧ୍ୟତାମୂଳକ।
  • ୭ ବର୍ଷରୁ ଅଧିକ ଦଣ୍ଡଯୁକ୍ତ ଅପରାଧ ପାଇଁ ଫରେନ୍ସିକ୍ ଟିମ୍ ଅପରାଧ ସ୍ଥଳକୁ ଯିବା ବାଧ୍ୟତାମୂଳକ।
  • ଜିଲ୍ଲାସ୍ତରରେ ମୋବାଇଲ ଏଫ୍‌ଏସ୍‌ଏଲ ନିୟୋଜିତ ହେବ।
  • ୭ ବର୍ଷରୁ ଅଧିକ ଦଣ୍ଡଯୁକ୍ତ ମାମଲା ପୀଡ଼ିତଙ୍କ ପକ୍ଷ ଶୁଣିବା ବିନା ଫେରାଇ ନେଇହେବ ନାହିଁ।
  • ମୃତ୍ୟୁଦଣ୍ଡକୁ ଅଧିକତମ ଭାବେ ଆଜୀବନ କାରାଦଣ୍ଡରେ ପରିଣତ କରାଯାଇପାରି, ଆଜୀବନ ଜେଲଦଣ୍ଡକୁ ଅଧ୍ୱକତମ ଭାବେ ୭ ବର୍ଷ ଏବଂ ୭ ବର୍ଷ ଜେଲଦଣ୍ଡକୁ ୩ ବର୍ଷକୁ କମାଯାଇପାରିବ କିନ୍ତୁ ଏହାଠାରୁ ଆଉ ଅଧିକ ହ୍ରାସ କରାଯାଇପାରିବ ନାହିଁ।
  • ଛୋଟମୋଟ ଅପରାଧ ପାଇଁ ନୂଆକରି ଲାଗୁ ହେବ ଗୋଷ୍ଠୀ ସେବା । ଛୋଟ ଅପରାଧ କ୍ଷେତ୍ରରେ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ ସ୍ୱରୂପ ଗୋଷ୍ଠୀ ସେବା କରିବା ଲାଗି ନୂଆ ଆଇନରେ ପ୍ରାବଧାନ କରାଯାଇଛି ।

Get real time updates directly on you device, subscribe now.