fbpx

ଫୁଟିଲା ଜବତ ବାଣ ଓ ବୋମା, ମାଟିରେ ମିଶିଲା ବଳଙ୍ଗା ଥାନା

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ହୋଇଛି ଭୟଙ୍କର ବିସ୍ଫୋରଣ । ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଏହି ବିସ୍ଫୋରଣରେ ଥାନାର ଛାତ ଉଡ଼ିଯିବା ସହିତ କାନ୍ଥ ଭୁଶୁଡ଼ି ପଡିଛି । ତୀବ୍ର ବିସ୍ଫୋରଣ ଖଣ୍ଡମଣ୍ଡଳ ଥରିଉଠିବା ସହିତ ଥାନାର ଆସବାପତ୍ର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଛି । ଆଇଆଇସି ଅଫିସ, ହାଜତ ସମେତ ସବୁ ମାଟିରେ ମିଶିଛି ।

ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ୟୁଟିରେ ଥିବା ଥାନା କର୍ମଚାରୀ । ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ତଳେ ଚାପି ହୋଇ ରହିଛି । ବିସ୍ଫୋରଣରେ ଧରାଶାୟୀ ହୋଇପଡିଛି ବଳଙ୍ଗା ଥାନା । ତେବେ ଜବତ ହୋଇଥିବା ବାଣ ଓ ବୋମା ଫୁଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୁରୀ ଏସପି ଓ ପିପିଲି ଏସଡିପିଓ ତଦାରଖ କରୁଛନ୍ତି । ତଦନ୍ତ ପରେ ବିସ୍ଫୋରଣର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଏସଡିପିଓ କହିଛନ୍ତି ।

Get real time updates directly on you device, subscribe now.