fbpx

ଅଯୋଧ୍ୟାର ରାମ ଜନ୍ମଭୂମି ନିକଟରେ ବିସ୍ଫୋରଣ: ଅଞ୍ଚଳରେ ହଇଚଇ, ଉଡିଲା ଶ୍ରମିକଙ୍କ ହାତ

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ନିକଟରେ ବିସ୍ଫୋରଣ । ରାମ ଜନ୍ମଭୂମି ପୋଲିସ ଷ୍ଟେସନର ଶୃଙ୍ଗାର ହାଟରେ ନିର୍ମାଣାଧୀନ ଏକ ଦୋକାନରେ ଏହି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ହେତୁ ସେଠାରେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକ ହାତ ଉଡ଼ିଯାଇଥିବା ଜଣାପଡିଛି ।

ଏହା ସହିତ ତାଙ୍କ ପେଟରେ ଅନେକ ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଶ୍ରୀ ରାମ ଡାକ୍ତରଖାନାର ଟ୍ରାମା ସେଣ୍ଟରକୁ ରେଫର କରାଯାଇଛି । ବିସ୍ଫୋରଣ ପରେ ଏହି ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।

ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଦୋକାନର ମାଲିକ ଦାବି କରିଛନ୍ତି ଯେ ଏହି ବିସ୍ଫୋରଣ ବାଣ ଯୋଗୁଁ ହୋଇଛି । କିନ୍ତୁ ପୋଲିସ ଏହି ମାମଲାକୁ ସନ୍ଦେହଜନକ ଭାବେ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି । ବିସ୍ଫୋରଣ ଫଳରେ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଛି । ତେବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦ୍ରୁତ ଗତିରେ ଚାଲିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ରାମ ମନ୍ଦିରର ତଳ ମହଲା ପ୍ରସ୍ତୁତ ହୋଇସାରିଛି ।

Get real time updates directly on you device, subscribe now.