fbpx

ପ୍ରକୃତ ଭଲ ପାଇବା ଓ ପ୍ରେମର ପରିଭାଷାକୁ ପରିପ୍ରକାଶ କରିବା ସାରା ଜୀବନ ବି କମ ପଡ଼ିଥାଏ

ବଦଳିଲାଣି ପ୍ରେମର ସଂଜ୍ଞା, ଏହା ଆଉ ତ୍ୟାଗ ନ ହୋଇ ଭୋଗ ଆଡ଼କୁ ସଙ୍କ୍ରମଣ ହେଲାଣି

ଓଡ଼ିଶା ଭାସ୍କର: ପ୍ରେମ କେବେ ଜାତି, ଧର୍ମ ଓ ବର୍ଣ୍ଣର ବାଛ ବିଚାର ରଖେ ନାହିଁ । ଏହା କେତେବେଳେ , କିପରି ଓ କାହା ସହ ହୋଇଥାଏ ତାହା ମଧ୍ୟ କାହାକୁ ଜଣାନାହିଁ । ପ୍ରେମର ଅନେକ ଅର୍ଥ ରହିଛି ଆଉ ତାକୁ ଯିଏ ଯେଉଁ ପ୍ରକାରରେ ବୁଝିଥାଏ ତାହା ହିଁ ସର୍ମ୍ପକର ମୁଳତତ୍ୱ । ପ୍ରେମବିନା ଜୀବନ ରଙ୍ଗ ହୀନ । କେବେ ଏହା ଆଖିରେ ଆଖିରେ ହୁଏ ତ କେବେ ପୁଣି ଇସାରାରେ । ହେଲେ ଏବେ ଏହି ପ୍ରେମର ସଂଜ୍ଞା ବଦଳିଲାଣି, ଏହା ଆଉ ତ୍ୟାଗ ନହୋଇ ଭୋଗ ଆଡ଼କୁ ସଙ୍କ୍ରମଣ ହେଲାଣି ।

ଏହିଭଳି କିଛି ହୀନକାର୍ଯ୍ୟ ଯୋଗୁଁ ଆଜି ପ୍ରେମର ସଜ୍ଞା ବଦଳିଯାଇଛି । ପ୍ରକୃତ ଭଲ ପାଇବା ଓ ପ୍ରେମର ପରିଭାଷା ପରିପ୍ରକାଶ ପାଇଁ ସାରା ଜୀବନ ବି କମ ପଡିଥାଏ । ସତ କଥାତ ଏୟା ଯେ ପ୍ରେମ ପାଇଁ ଦିନେ କି ଦୁଇଦିନ କିଛି ନୁହେଁ । ତଥାପି ବଦଳୁଥିବା ସମାଜର ତାଳଦେଇ ସାଥୀସହ ଟିକିଏ ହସଖୁସି ସାଉଁଟିବାକୁ ଏସବୁ ଦିନ ମାନଙ୍କର ପରିକଳ୍ପନା । ପ୍ରତିବର୍ଷ ଏହି ଦିନସବୁକୁ ଅପେକ୍ଷା କରିଥାନ୍ତି ପ୍ରେମୀଯୁଗଳ । ଆରମ୍ଭ ହେଲାଣି ଏ ବର୍ଷର ପ୍ରେମ ସପ୍ତାହ । ଭଲ ପାଉଥିବା ସାଥୀକୁ ଆପଣାର କରିବା ପାଇଁ ସମସ୍ତେ ବ୍ୟସ୍ତ । ବଜାରରେ ବିକ୍ରି ହେଲାଣି ନାନା ପ୍ରକାରର ଉପହାର ଆଉ ଗୋଲାପ ଫୁଲ । ଗୋଲାପ ଦିବସ ଠାରୁ ଆରମ୍ଭ ହୋଇ ପ୍ରେମଦିବସ ଯାଏ ସାତଦିନ ପାଳନ ହୋଇଥାଏ ।

ବିଶେଷ ଭାବରେ ଯୁବପିଢିମାନଙ୍କ ମନରେ ଉତ୍ସାହ ଓ ଉନ୍ମଦନା ଭରିଦିଏ । ଏହି ପ୍ରେମ ଦିବସରେ ଯୁବପିଢିଙ୍କ ପାଇଁ ଏହିସବୁ ଦିନରେ, ପ୍ରେମୀଯୁଗଳ ପରଷ୍ପରକୁ ପ୍ରେମ ନିବେଦନ କରିଥାନ୍ତି । ପରସ୍ପର ପ୍ରତି ଥିବା ଆବେଗ ଓ ଅନାବିଳତା ପ୍ରକାଶରେ ଏହାକୁ ହିଁ ମାଧ୍ୟମ ଭାବିଥାନ୍ତି । ତେବେ ପ୍ରେମର ନିଦର୍ଶନ କେବଳ ପାଶ୍ଚାତ୍ୟ ସଂସ୍କୃତିରେ ନୁହେଁ ବରଂ ଭାରତୀୟ ସଂସ୍କୃତିରେ ମଧ୍ୟ ନିଚ୍ଛକ ଉଦାହରଣ ଭରି ରହିଛି । ଯାହା ଯୁବପିଢିକୁ ପ୍ରେମର ବାର୍ତ୍ତା ଦେବା ସହିତ ପ୍ରେମର ପ୍ରକୃତ ସଂଜ୍ଞା ସମ୍ବନ୍ଧରେ ଦିଗଦର୍ଶନ ପ୍ରଦାନ କରେ । ପ୍ରେମର ମର୍ମ ବୁଝିବା ସହ ସମ୍ପର୍କର ମର୍ଯ୍ୟାଦା ପ୍ରତି ଦୃଷ୍ଟିଦେବା ବି ଜରୁରୀ ।

Get real time updates directly on you device, subscribe now.