ଭୁବନେଶ୍ୱର: ପୁଣି ବଢିଲା BSKY ନବୀନ କାର୍ଡ ଆବେଦନ ଅବଧି । ଅବଧି ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଛି। ତେବେ ଆସନ୍ତା ଫ୍ରେବୃଆରି ୮ ତାରିଖ ଯାଏଁ ଏହି ଅବଧିକୁ ବୃଦ୍ଧି କରାଯାଇଛି।
ଏଠାରେ କହି ରଖୁଛୁ ଯେ, ପଞ୍ଜିକରଣ ପାଇଁ ଆଜି ଅର୍ଥାତ୍ ୨୮ ଜାନୁୟାରୀ ଥିଲା ଶେଷ ଦିନ । କିନ୍ତୁ ସରକାର ଏବେ ଏହାର ଅବଧି ବୃଦ୍ଧି କରି ଯେଉଁମାନେ କାର୍ଡ ପାଇଁ ଆବେଦନ କରିପାରିନାହାନ୍ତି ସେମାନଙ୍କୁ ସୁଯୋଗ ଦେଇଛନ୍ତି। ତେବେ ଅବଧି ବୃଦ୍ଧି ନେଇ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ ଆଜିଠୁ ପୁଣିଥରେ ଆବେଦନ ଆରମ୍ଭ ହୋଇଛି।
BSKY ନବୀନ କାର୍ଡ ଆବେଦନ ଅବଧି ଦ୍ୱିତୀୟ ଥର ପାଇଁ ବୃଦ୍ଧି କରାଯାଇଛି। ଏହାପୂର୍ବରୁ ଥରେ ଆବେଦନ ତାରିଖ ବୃଦ୍ଧି କରାଯାଇଥିଲା। ଜାନୁଆରୀ ୬ ତାରିଖରୁ BSKY ନବୀନ କାର୍ଡ ଲାଗି ଅନ୍ଲାଇନ୍ ପଞ୍ଜୀକରଣ ଆରମ୍ଭ କରାଯାଇ ଜାନୁୟାରୀ ୧୬ ତାରିଖରେ ଶେଷ ହେବାର ଥିଲା। କିନ୍ତୁ ଏହାପରେ ପୁଣି ଏହି ଅବଧି ବୃଦ୍ଧି କରାଯାଇ ଜାନୁଆରୀ ୨୬ ତାରିଖ ଯାଏଁ ରଖାଯାଇଥିଲା। ତେବେ ଆଜି ପୁଣି ଥରେ BSKY ନବୀନ କାର୍ଡ ଆବେଦନ ତାରିଖକୁ ବୃଦ୍ଧି କରାଯାଇ ଫେବ୍ରୁଆରୀ ୮ତାରିଖ ରଖାଯାଇଛି।