fbpx

ସାବଧାନ୍! ୫ ଦିନ ଯାଏଁ ପ୍ରବଳ ଶୀତ, ଜାଣନ୍ତୁ କେଉଁ ଜିଲ୍ଲାକୁ କେଉଁ ୱାର୍ଣ୍ଣିଂ?

ଭୁବନେଶ୍ୱର,୧ ।୨(ଓଡିଶା ଭାସ୍କର): ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ଆଜିଠାରୁ ୫ ତାରିଖ ସକାଳ ଯାଏଁ ପ୍ରବଳ ଶୀତ ଲହରି ରହିବ ବୋଲି ଆଶଙ୍କା କରାଯାଉଛି । ଏଥିପାଇଁ କାଲି ସକାଳ ଯାଏ ୭ ଜିଲ୍ଲାକୁ ଅରେଞ୍ଜ ଓ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ତେବେ ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ବଲାଙ୍ଗିର ଓ କନ୍ଧମାଳକୁ ପ୍ରବଳ ଶୀତ ଲହରି ନେଇ ସର୍ତକ ସୂଚନା ଦିଆଯାଇଛି । ସେହିପରି ୟେଲୋ ୱାର୍ଣ୍ଣିଂ ହୋଇଥିବା ଜିଲ୍ଲାଗୁଡିକ ମଧ୍ୟରେ ରହିଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ବରଗଡ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡା, ନୟାଗଡ ଓ ଖୋର୍ଦ୍ଧା ।

ରାତିରେ ଲୋକମାନଙ୍କୁ ବାହାରକୁ ନ ବାହାରିବା ଲାଗି ପରାମର୍ଶ ଦିଆଯାଇଛି । ରାତିରେ ବାଇକ୍ ଓ ଖୋଲା କାରରେ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି । ଶୀତକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓ କମିସନରମାନଙ୍କୁ ଏସଆରସିଙ୍କ କାର୍ଯ୍ୟାଳରୁ ଚିଠି ପଠାଯାଇଛି । ନିରାଶ୍ରୟଙ୍କ ପାଇଁ ରାତିରେ ସ୍କୁଲ ଓ କୋଠାଘର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.