fbpx

ଏଣିକି ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ: କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷ ଧରି ସାରା ବିଶ୍ୱକୁ କବଳିତ କରିଥିବା କରୋନା ମହାମାରୀ ପୁଣି ଥରେ ମାତିବା ଆରମ୍ଭ କରିଛି । ଗତ କିଛି ଦିନ ହେଲା ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ୫,୩୩୫ଟି ମାମଲା ଆସିଥିବା ବେଳେ ଆଜି ୬,୦୫୦ଟି ମାମଲା ରେକର୍ଡ କରାଯାଇଛି । ତେବେ ଦେଶରେ ଚିହ୍ନଟ କରୋନା କେସ ମଧ୍ୟରୁ ନୂଆ ଭାରିଆଣ୍ଟ ଏକ୍ସବିବି.୧.୧୬ର ୩୮ ପ୍ରତିଶତ ମାମଲା ରହିଥିବା ଜଣାପଡ଼ିଛି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ବସିଥିଲା ।

ତେବେ ଏହା ମଧ୍ୟରେ କରୋନାକୁ ନେଇ ଏକ ବଡ଼ ଅପଡେଟ୍ ଆସିଛି । ସଂକ୍ରମଣ ବଢ଼ିବା କାରଣରୁ ପୁଣି ଫେରିଛି ମାସ୍କ ଯୁଗ । ସାର୍ବଜନିକ ସ୍ଥାନରେ ଦୁଇ ପରସ୍ତ ବିଶିଷ୍ଟ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନମାନଙ୍କରେ ମୁହଁରେ ମାସ୍କ ପିନ୍ଧିବାକୁ କୁହାଯାଇଛି । ସଂକ୍ରମଣ ବୃଦ୍ଧି କାରଣରୁ ପୁଡ଼ୁଚେରୀରେ ଏହି ନିୟମ ଲାଗୁ କରାଯାଇଛି । ଜିଲ୍ଲା କଲେକ୍ଟର ଇ. ଭଲଭନ ଏ ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ତେବେ ଚଳିତ ବର୍ଷ ପ୍ରଥମ ରାଜ୍ୟ ଭାବେ ପୁଡ଼ୁଚେରୀ ଫେସ ମାସ୍କ ବାଧ୍ୟତାମୂଳକ କରିଥିବାରୁ ଆଗକୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ କଟକଣା ଲାଗୁ କରାଯାଇପାରେ । ତେଣୁ ଜନସାଧାରଣ କରୋନାକୁ ନେଇ ସଚେତନ ରହିବା ସହିତ କୋଭିଡ-୧୯ କଟକଣାକୁ ପାଳନ କରିବା ନିହାତି ଜରୁରୀ । ମହାମାରୀ ସମୟରେ ଦେଶବାସୀଙ୍କ ସ୍ଥିତି କ’ଣ ଥିଲା, କେବଳ ଅଙ୍ଗେ ନିଭାଇଥିବା ଜଣେ ମଣିଷ ହିଁ ତାହା ଅନୁଭବ କରିପାରିବ । ତେଣୁ ଏଭଳି କଠିନ ପରିସ୍ଥିତିରୁ ରକ୍ଷା ପାଇବାକୁ ହେଲେ କୋଭିଡ ସଚେତନତା ନିହାତି ଜରୁରୀ ।

Get real time updates directly on you device, subscribe now.