ରେଳ ଷ୍ଟେସନରେ କମିବ ଅପରାଧୀଙ୍କ ପ୍ରାଦୁର୍ଭାବ, ନିମିଷକରେ ପଡ଼ିବେ ଧରା

ପ୍ରୟାଗରାଜ: ରେଲୱେ ଷ୍ଟେସନରେ ଏବେ ଚୋରି ଓ ଅପରାଧ କମିଯିବ । କାରଣ ଅପରାଧ ଘଟାଉଥିବା ଲୋକଙ୍କୁ ସାବାଡ୍ କରିବା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ଏକ ସ୍ୱାଗତ ଯୋଗ୍ୟ ନିଷ୍ପତ୍ତି ନିଆଯାଇଛି । ଏଣିକି ପ୍ରତ୍ୟେକ ରେଳ ଷ୍ଟେସନରେ ଫେସ୍ ରେକଗନିଶନ୍ (ଏଫ୍ଆଇ) କ୍ୟାମେରା ଲାଗିବ, ଯାହା ଅତି ସହଜରେ ଅପରାଧିକୁ ଧରିବାରେ କର୍ତ୍ତୃପକ୍ଷଙ୍କୁ ସାହାର୍ଯ୍ୟ କରିବ । ଷ୍ଟେସନରେ ଦିନକୁ ଦିନ ବଢ଼ୁଥିବା ଅପରାଧକୁ ଦୃଷ୍ଟିରେ ରଖି ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି । ଏ କ୍ୟାମେରାର ବିଶେଷତ୍ୱ ହେଉଛି, ଭିଡ଼ ଭିତରେ ଏହା ଅପରାଧିକୁ ସହଜରେ ଚିହ୍ନି ପାରିବ ।

ଆଗାମୀ ଦିନରେ କୁମ୍ଭମେଳା ଆରମ୍ଭ ହେବାକୁ ଯାଉଛି । ଯାହାପାଇଁ ରେଳ ଷ୍ଟେସନରେ ଅସ୍ୱଭାବିକ ଭିଡ଼ ମଧ୍ୟ ଲାଗିବ । ଭକ୍ତଙ୍କ ଯାତ୍ରାରେ କୌଣସି ବାଧା ସୃଷ୍ଟି ନ ହେବା ଲାଗି ପ୍ରଥମେ ଏ ସ୍ମାର୍ଟ କ୍ୟାମେରା ପ୍ରୟାଗରାଜରେ ଲଗାଯିବ । ପରେ ଆସନ୍ତା ଦିନରେ ଦେଶରେ ଥିବା ସମସ୍ତ ରେଳ ଷ୍ଟେସନରେ ଫେସ୍ ରେକଗନିଶନ୍ କ୍ୟାମେରା ଖଞ୍ଜା ଯିବାର ବ୍ୟବସ୍ଥା କରାଯିବ । ପ୍ରୟାଗରାଜର ମହାକୁମ୍ଭକୁ ଦୃଷ୍ଟିରେ ରଖି ରେଳ ଷ୍ଟେସନରେ ୬୫୦ କ୍ୟାମେରା ସାଙ୍ଗକୁ ପାଖାପାଖି ୧୦୦ ଏଫ୍ଆଇ କ୍ୟାମେରା ଲଗାଯାଉଛି ।