fbpx

ଜେଏନୟୁରେ ପୁଣି ମୁହାଁମୁହିଁ ଲେଫ୍ଟ-ଏବିଭିପି, ଆମିଷ ଏବଂ ରାମନବମୀକୁ ନେଇ ଆରୋପ-ପ୍ରତ୍ୟାରୋପ

ନୂଆଦିଲ୍ଲୀ: ପୁଣି ଥରେ ବିବାଦରେ ଜବାହରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟ(ଜେଏନୟୁ)। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ଛାତ୍ରମାନେ ସେମାନଙ୍କୁ ଆମିଷ ଖାଇବାକୁ ଦେଉନଥିବା ଅଭିଯୋଗ କରିଛନ୍ତି ବାମପନ୍ଥୀ ଛାତ୍ର-ଛାତ୍ରୀ। ଏପରିକି ଏବିଭିପିର ଛାତ୍ର-ଛାତ୍ରୀ କାଭେରୀ ହୋଷ୍ଟେଲର ମେସ ସଚିବଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି।

ବାମପନ୍ଥୀର ଛାତ୍ର-ଛାତ୍ରୀ ଏବିଭିପିର ଛାତ୍ରଙ୍କ ଉପରେ ଗୁଣ୍ଡାଗର୍ଦ୍ଦିର ଅଭିଯୋଗ ଲଗାଇ ଛାତ୍ର-ଛାତ୍ରୀଙ୍କୁ ଏକଜୁଟ୍ ହେବାକୁ ଆହ୍ଵାନ କରିଛି। ଅନ୍ୟପଟେ ଏବିଭିପିର ଅଭିଯୋଗ ବାମପନ୍ଥୀ ଗୋଷ୍ଠୀର ଛାତ୍ରମାନେ କାବେରୀ ହୋଷ୍ଟେଲରେ ରାମନବମୀ ପୂଜା କରିବାକୁ ଦେଉ ନାହାନ୍ତି।

ତେବେ ଏହି ଖାଦ୍ୟ ବିବାଦକୁ ନେଇ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି। ୟୁନିଭର୍ସିଟି ପକ୍ଷରୁ କୁହାଯାଇଛି ଯେ, ଜେଏନୟୁ କ୍ୟାମ୍ପସ ମେସରେ କୌଣସି ବି ଧର୍ମ ପାଇଁ ଖାଦ୍ୟପେୟରେ କୌଣସି କଟକଣା ନାହିଁ। ସେ ରମଜାନ ହେଉ କି ରାମନବମୀ, ପ୍ରତ୍ୟେକ ଏହାକୁ ନିଜ ହିସାବରେ ପାଳନ କରି ପାରିବେ। ଖାଦ୍ୟପେୟ, ପୋଷାକ ଏବଂ ଆସ୍ଥା ଉପରେ କେହି କାହାରିକୁ ବାଧା ଦେଇ ପାରିବେ ନାହିଁ। ସମସ୍ତ ଲୋକ ନିଜ ହିସାବରେ ନିଜ ଧର୍ମର ପାଳନ କରି ପାରିବେ। ମେସ୍ ଛାତ୍ର କମିଟି ସଞ୍ଚାଳନ କରିଥାନ୍ତି ଏବଂ ସେମାନେ ହିଁ ଖାଦ୍ୟ ତାଲିକା ପ୍ରସ୍ତୁତ କରିଥାନ୍ତି।

ଜେଏନୟୁ ଛାତ୍ର ସଂଘ ପକ୍ଷରୁ କୁହାଯାଇଛି ଯେ, ଏବିଭିପିର ଗୁଣ୍ଡାମାନେ ନିଜର ଘୃଣା ଏବଂ ବିଭାଜନକାରୀ ଏଜେଣ୍ଡାକୁ ନେଇ କାବେରୀ ହୋଷ୍ଟେଲରେ ହିଂସାତ୍ମକ ମାହୋଲ ସୃଷ୍ଟି କରିଛନ୍ତି। ସେମାନେ ମେସ୍ କମିଟିକୁ ରାତିର ଖାଦ୍ୟ ତାଲିକା ବଦଳାଇବାକୁ ବିବଶ କରୁଛନ୍ତି। ଲେଫ୍ଟ ଓ୍ଵିଙ୍ଗର ଛାତ୍ରଙ୍କ ଉପରେ ହମଲା କରୁଛନ୍ତି।

Get real time updates directly on you device, subscribe now.