ଆର୍ଥିକ ସଙ୍କଟରେ ଫେସବୁକ୍ ମାଲିକ ମାର୍କ ଜୁକରବର୍ଗ ! ନିଲାମ କରିବେ ସୁନା ଚେନ୍‌… ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ । ବିଶ୍ୱର ଶୀର୍ଷ ୫ ଜଣ ଆରବପତିଙ୍କ ତାଲିକାରେ ତାଙ୍କ ନାଁ ସାମିଲ ରହିଛି । ୨୦୨୪ରେ ତାଙ୍କ ନେଟ୍ ୱର୍ଥ୍ ୨୧୧ ବିଲିୟନ ଡଲାର (୧୭.୭୩ ଲକ୍ଷ କୋଟି ଟଙ୍କା) ରହିଛି । ନିକଟରେ ସେ ତାଙ୍କର ଏକ ସୁନା ଚେନ୍ ଅନଲାଇନ୍ ନିଲାମୀ କରିବା ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଚେନ୍ ସହ ତାଙ୍କର ଗଭୀର ଇମୋସନାଲ କନେକସନ୍ ରହିଥିବା କହିଛନ୍ତି ଜୁକରବର୍ଗ । ଏମିତି କ’ଣ ଅସୁବିଧା ହେଲା କି ଶେଷରେ ସେ ସୁନା ଚେନର ନିଲାମୀ କରିବାକୁ ନିଷ୍ପତ୍ତି ନେଲେ ? ତାଙ୍କର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି ।

ମାର୍କ ଜୁକରବର୍ଗ ତାଙ୍କର ଗୋଲ୍ଡ ପ୍ଲେଟେଡ୍ କ୍ୟୁବନ୍ ଲିଙ୍କ ଚେନ୍ ଅନଲାଇନ୍ ନିଲାମ କରିବେ । ଏହି ଚେନର ବିଡ୍ ବର୍ତ୍ତମାନ ୪୦ ଡଲାର(ପ୍ରାୟ ୩୩ ଲକ୍ଷ) ଅତିକ୍ରମ କରିଛି କିନ୍ତୁ ଏହାର ମୂଲ୍ୟ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି । ମାର୍କ ଜୁକରବର୍ଗ ଏହି ଚେନରେ ଏକ ଯିହୁଦୀ ପ୍ରାର୍ଥନା ‘Mi Shebeirach’ ଖୋଦେଇ କରିବାକୁ ଯୋଜନା କରୁଛନ୍ତି । ସେ ପ୍ରତିଦିନ ନିଜ ଝିଅଙ୍କୁ ଏହି ପ୍ରାର୍ଥନା ଗାନ କରି ଶୁଣାଇଥାନ୍ତି । ଏହି ପ୍ରାର୍ଥନାର ବାର୍ତ୍ତା ହେଉଛି ନିଜ ଜୀବନକୁ ଏକ ଆର୍ଶୀବାଦ କରିବା ପାଇଁ ସାହସ କରିବା । ଏହି ନିଲାମୀରୁ ମିଳିଥିବା ସମସ୍ତ ଅର୍ଥ ସେ ‘ଇନଫ୍ଲେକସନ୍ ଗ୍ରାଣ୍ଟ୍‌ସ’କୁ ଅନୁଦାନ ଭାବେ ଯିବ । ଏହା ଏକ ଚାରିଟି ପଦକ୍ଷେପ ଯାହାର ଉଦ୍ଦେଶ୍ୟ ସେହି ବ୍ୟକ୍ତି ଏବଂ ସୃଜନଶୀଳ ପ୍ରକଳ୍ପଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବ ଯେଉଁମାନେ ପାରମ୍ପରିକ ଆର୍ଥିକ ସହାୟତାରୁ ବଞ୍ଚିତ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ୨ ହଜାର ଡଲାର (ପ୍ରାୟ ୧.୬ ଲକ୍ଷ) ମାଇକ୍ରୋ ଗ୍ରାଣ୍ଟ୍ ଦିଆଯାଇଥାଏ ।