ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନି ମାନେ କବଜା କରିବାପରେ ଫେସବୁକ୍ ଏବେ ସେମାନଙ୍କ ଉପରେ ପଦକ୍ଷେପ ଗ୍ରହଣ କରିଛି । ଆମେରିକାର ଆଇନ ଅନୁଯାୟୀ ତାଲିବାନକୁ ଆତଙ୍କବାଦୀ ଗୋଷ୍ଠୀ ଭାବେ ନାମିତ କରାଯାଇଛି। ମଙ୍ଗଳବାର ଦିନ ଫେସବୁକ୍ ଦ୍ୱାରା ଜାରି ଏକ ବିବୃତ୍ତିରେ ସୂଚନା ଦିଆଯାଇଛି ଯେ, ତାଲିବାନ ସହ ଜଡିତ ପୋଷ୍ଟ ଏବଂ ଭିଡିଓ ସମେତ ସମସ୍ତ ଆକାଉଣ୍ଟ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଦେଇଛି ।
ଫେସବୁକ୍ ନିଜର ଏକ ବୟାନରେ କହିଛି ଯେ, ଆମେରିୀକୀ ନିୟମ ଆଧାରରେ ତାଲିବାନକୁ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରାଯାଇଛି । ତେଣୁ ଏହା ସହିତ ଜଡ଼ିତ ଥିବା ବିଭିନ୍ନ ଆକାଉଣ୍ଟ୍ ଉପରେ ବ୍ୟାନ୍ ଲଗାଇଛୁ । ତେବେ ଏଥିରେ ସେମାନଙ୍କର ବି ନାଁ ରହିଛି ଯେଉଁ ମାନେ ତାଲିବାନି ମାନଙ୍କ ସମର୍ଥନ ଏବଂ ପ୍ରତିନିଧିତ୍ୱ କରୁଛନ୍ତି ।
ଖାଲି ସେତିକି ନୁହେଁ ଏଥିପାଇଁ ସେମାନେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି । ଯେଉଁ ମାନେ ଅଫଗାନ୍ ର ଭାଷା ଏବଂ ସେହି କ୍ଷେତ୍ର ସମ୍ପର୍କରେ ଅବଗତ ରହିଛନ୍ତି । ସେମାନଙ୍କୁ ନେଇ ଏହି ଟମ୍ ଗଠନ କରାଯାଇଛି । ସେମାନେ ଅଫଗାନ୍ ତଥା ତାଲିବାନି ମାନଙ୍କ ସହ ଜଡ଼ିତ ଥିବା ପୋଷ୍ଟ ଏବଂ ଆକାଉଣ୍ଟକୁ ଠାବ କରିବେ ଏବଂ ସେସବୁକୁ ହଟାଇବେ ।