BIG BREAKING: କେମିକାଲ ମିଶ୍ରଣ ବେଳେ କାରଖାନା ଅଗ୍ନିକାଣ୍ଡ, ଜଣେ ଆହତ

ଟିଟିଲାଗଡ଼ ବଡ଼ମାଳରେ ଥିବା କାରଖାନାରେ ଅଗ୍ନିକାଣ୍ଡ । ଜଣେ ଗୁରୁତର ଆହତ

ଟିଟିଲାଗଡ଼: କାରଖାନାରେ ଲାଗିଲା ନିଆଁ। କେମିକାଲ ମିଶ୍ରଣ ବେଳେ ଲାଗିଗଲା ନିଆଁ। ଘଟଣାରେ ଜଣେ କର୍ମଚାରୀ ହୋଇଛନ୍ତି ଗୁରୁତର ଆହତ। ଟିଟିଲାଗଡ଼ ବଡ଼ମାଳରେ ଥିବା କାରଖାନାରେ ଲାଗିଛି ନିଆଁ ।
ୟୁନିଟର ୬ ନମ୍ବର ବିଲ୍ଡିରେ ଲାଗିଛି ନିଆଁ । କେମିକାଲ ମିଶ୍ରଣ ବେଳେ ଘଟିଛି ଏହି ଅଘଟଣ। ନିଆଁକୁ ଆୟତ କରିବାକୁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ।