fbpx

ନକଲି ପରିଚୟ ଦେଇ ବିବାହ କରିବାକୁ ଆସି ବର ହେଲା ହଟାହଟା: କାବୁ କରି ପୋଲିସ ଜିମା ଦେଲେ ଗାଁ ଲୋକ

ନକଲି ପରିଚୟ ଦେଇ ଅନେକ ବିବାହ କରିବା କଥା ତ’ ଆପଣ ଣୁଣିଥିବେ । ଏବେ ପୁଣି ଥରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ନକଲି ପରିଚୟ ଦେଇ ବିବାହ କରିବା ପଡ଼ିଛି ମହଙ୍ଗା । ନକଲି ପରିଚୟ ଦେଇ ବିବାହକୁ କରିବାକୁ ଯାଇ ହଟାହଟା ହୋଇଛି ବର । ଖାଲି ସେତିକି ନୁହେଁ ସାଙ୍ଗରେ ନେଇଥିବା ସୁନାଗହଣା ମଧ୍ୟ ନକଲି । ହେବନି ବା’ କେମିତି ଯେତେବେଳେ ବର ନକଲି ଗହଣା ନକଲି ହେବା ତ’ ସ୍ୱାଭାବିକ ।

ଏଭଳି ଘଟଣା ଦେଖିବାକୁ ମିଳିଛି ଟିଟିଲାଗଡ଼ ଉପଖଣ୍ଡ ଚାଉଳଶୁଖା ଗ୍ରାମରେ । ସଞ୍ଜୟ ସାହୁ ନାମକ ଏହି ବ୍ୟକ୍ତି ଜଣକ ନିଜକୁ କଳାହାଣ୍ଡିର ଅଞ୍ଚଳର କହି ଏବଂ ନକଲି ଘର ଦେଖାଇଥିଲେ । ଆଉ ଚାଉଳଶୁଖା ଗ୍ରାମରେ ଜଣେ ଜନୈକ ପରିବାରରେ ତାଙ୍କର ବିବାହ ସ୍ଥିର ହୋଇଥିଲା । କିନ୍ତୁ ସତ ଲୁଚିପାରିନଥିଲା । ଗତ କାଲି ଅର୍ଥାତ ମାର୍ଚ୍ଚ ୨୧.୦୩.୨୦୨୨ ତାରିଖରେ ବାହାଘର ସ୍ଥିର ହୋଇଥିଲା । ହେଲେ ଏହି ନକଲି ବର ଜଣକ ଚାରି ଘଣ୍ଟା ଆସିଥିଲେ ଆଉ ତାହା ପୁଣି ଏକୁଟିଆ, ସାଙ୍ଗରେ ନଥିଲେ ବରଯାତ୍ରୀ । ବାଟରୁ ଜଣେ ପଣ୍ଡିତ ବା ବ୍ରାହ୍ମଣକୁ ମଧ୍ୟ ଉଠେଇ ଆଣିଥିଲେ । ସାଙ୍ଗରେ ବରଯାତ୍ରୀ ନଥିବାରୁ କନ୍ୟା ପକ୍ଷ ସନ୍ଦେହ କରିଥିଲେ । ଆଉ ପରିଚୟ ଖୋଜିବାରୁ ବାବୁଙ୍କ ନାମ ଲକ୍ଷ୍ମୀକାନ୍ତ ତିୱାରୀ ବୋଲି ଜଣା ପଡିବା ପରେ ବେଶ ଆରମ୍ଭ ହୋଇଥିଲା ଉତ୍ତମ ମାଧ୍ୟମ । ପୋଲିସ୍ ଘଟଣା ସମ୍ପର୍କରେ ଖବର ପାଇ ନକଲି ବରକୁ ନଜି ହେପାଜତକୁ ନେଇଛି ।

Get real time updates directly on you device, subscribe now.