ଜାଲ ସାର୍ଟିଫିକେଟରେ GDS, 5 ଗିରଫ

ଗ୍ରାମୀଣ ଡାକ ସେବକ  (GDS) ଚାକିରି ପାଇଁ ଜାଲ ସାର୍ଟିଫିକେଟ ଦେଇଥିଲେ । ଏନେଇ ବଲାଙ୍ଗୀରରୁ 5 ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ।

ବଲାଙ୍ଗୀର: କ୍ରାଇମବ୍ରାଞ୍ଚ ହାତରେ ଜାଲ ସାର୍ଟିଫିକେଟ୍ ରାକେଟ୍ । ଜାଲ ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ (GDS)  ଚାକିରି ହାତେଇବା ଘଟଣାରେ ବଲାଙ୍ଗୀରରୁ 5 ଜଣଙ୍କୁ ଚିହ୍ନଟ କରି ଗିରଫ କଲା କ୍ରାଇମବ୍ରାଞ୍ଚ CID । HSE ଓ ବିଭିନ୍ନ ବିଶ୍ବ ବିଦ୍ୟାଳୟ ନାଁରେ ଜାଲ ସାର୍ଟିଫିକେଟ ଦେଇଥିଲେ ଅଭିଯୁକ୍ତ । ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ସମେତ 17 ଜଣ ଗିରଫ ହୋଇଥିଲେ ।