fbpx

ସୁବର୍ଣ୍ଣପୁର ଶିଶୁ ଚୋରି ନାଟକ: ବାପା ଓ ଆଇକୁ ଧରିଲା ପୋଲିସ

ସୁବର୍ଣ୍ଣପୁର(ଓଡ଼ିଶା ଭାସ୍କର): ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ନବଜାତକ ଚୋରିର ପର୍ଦ୍ଦାଫାଶ ହୋଇଛି । ନବଜାତକର ପିତା ଓ ଆଇ ଏହି ଚୋରିର ମୁଖ୍ୟ କାର୍ପଟଦାର ବୋଲି ଜଣାପଡିଛି । ସିସିଟିଭି ଯାଞ୍ଚ ଆଧାରରେ ଏହି ସୂଚନା ମିଳିଥିବା ବେଳେ ପୋଲିସ ଉଭୟଙ୍କୁ ଗିରଫ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର ୨୦ ତାରିଖରେ ଏହି ଘଟଣା ଘଟିଥିଲା । ପ୍ରତାପପୁରର ଶରଧାପାଲି ରାସ୍ତା ନିକଟରୁ ଏହି ନବଜାତକକୁ ଉଦ୍ଧାର କରାଯାଇଥିଲା । ତେବେ ସିସିଟିଭି ଯାଞ୍ଚ ପରେ ଆଇ ଶିଶୁଟିକୁ ନେଇ ଚମ୍ପଟ ମାରିଥିବା ସ୍ପଷ୍ଟ ହୋଇଥିଲା ।

Get real time updates directly on you device, subscribe now.