fbpx

ବାଲେଶ୍ଵର ମେଡିକାଲରେ ଅଭାବନୀୟ ଘଟଣା; ଭିଡ଼ ଥିବାରୁ ନିଜେ ଡାକ୍ତର ହୋଇ ପ୍ରେସକ୍ରିପସନ ଲେଖିଲେ ଏହି ବ୍ୟକ୍ତି

ଓଡିଶା ଭାସ୍କର; ବାଲେଶ୍ଵର ମେଡିକାଲରେ ଦେଖା ଦେଇଛି ଏକ ଅଭାବନୀୟ ଘଟଣା । ଜଣେ ବ୍ୟକ୍ତି ନିଜେ ଚିକିତ୍ସା ପାଇଁ ଆସି ରୋଗୀଙ୍କ ପାଇଁ ପ୍ରେସକ୍ରିପସନ ଲେଖିଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଏଭଳି ଘଟଣା ଭିଆଇଥିବା ବ୍ୟକ୍ତି ଜଣଙ୍କୁ ପୋଲିସ ଅଟକ ରଖିଥିବା ଖବର ରହିଛି ।

ସୂଚନା ଅନୁଯାୟୀ, ଅଜୟ ଭଞ୍ଜ ନାମକ ଜଣେ ବ୍ୟକ୍ତି ଚିକିତ୍ସା ନିମନ୍ତେ ନିଜ ବାପା ମାଆଙ୍କୁ ବାଲେଶ୍ୱର ମେଡିକାଲକୁ ନେଇଥିଲେ । ଟିକେଟ କାଉଣ୍ଟରରେ ପ୍ରବଳ ଭିଡ ଥିବାରୁ ସେ ନିଜେ ଆଉଟଡୋରରେ ଟିକେଟ କରି ସେଥିରେ କିଛି ପରୀକ୍ଷା ଓ ଔଷଧ ନାଁ ଲେଖି ଡାକ୍ତରଙ୍କ ବଦଳରେ ନିଜେ ଦସ୍ତଖତ କରିଦେଇଥିଲେ । ପରେ ମେଡିକାଲ କର୍ମଚାରୀ ମାନେ ଏହା ଜାଣିପାରି ତାଙ୍କୁ ନକଲି ଡାକ୍ତର ବୋଲି କହିଥିଲେ । ଏହା ସହ ଘଟଣା ସମ୍ପର୍କରେ ପୋଲିସକୁ ଅଭିଯୋଗ କରିଥିଲେ । ଏହା ପରେ ଅଭିଯୋଗ ମୁତାବକ ଅଜୟ ଭଞ୍ଜଙ୍କୁ ଗିରଫ କରିଛି ପୋଲିସ । ନିଜ ବାପା ମାଆଙ୍କୁ ମେଡିକାଲ ନେଇ ଯାଇଥିବା ବେଳେ ଭିଡ଼ ଥିବାରୁ ଅଜୟ ଭଞ୍ଜ ଏଭଳି କାମ କରିଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି । ଥାନାରେ ଅଟକଥିବା ଏହି ବ୍ୟକ୍ତି ଜଣଙ୍କ ଜଣେ ମେଡିସିନ୍ ରିପ୍ରେଜେଂଟେଟିଭ ବୋଲି ଜଣାପଡିଛି ।

Get real time updates directly on you device, subscribe now.