fbpx

ମିଥ୍ୟା ଏନକାଉଣ୍ଟର ଘଟଣା, ରାସ୍ତା ଅବରୋଧରୁ ଲୋକଙ୍କୁ ଉଠାଇନେଲା ପୁଲିସ

କୋରାପୁଟ: ମାଳିଗୁଡ଼ା ଜଙ୍ଗଲରେ ଫେକ ଏନକାଉଣ୍ଟଟର ହେବା ନେଇ ଅଭିଯୋଗ ହୋଇଛି । ଏନକାଉଣ୍ଟରରେ ଜଣେ ସାଧାରଣ ଲୋକର ମୃତ୍ୟୁ ଘଟିଛି । ଏନେଇ ରାସ୍ତା ଅବୋରୋଧ କରିଥିଲେ ସ୍ଥାନୀୟ ଲୋକେ । ହେଲେ ଏହି ଘଟଣାରେ ପୋଲିସ ୧୫ଜଣଙ୍କୁ ଉଠାଇ ନେଇଛି ।

ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲର ମାଳିଗୁଡା ଜଙ୍ଗଲରେ ପୋଲିସ ଏକ ଫେକ ଏନକାଉଣ୍ଟର କରିଛି । ଏନକାଉଣ୍ଟରରେ ଜଣେ ସାଧାରଣ ଲୋକର ମୃତ୍ୟୁ ଘଟିଛି । ତେବେ ଏହାକୁ ପ୍ରତିବାଦ କରି ପାଖରେ ଥିବା କୋତାମୋଟା ଏନଏଚରେ ଲୋକେ ରାସ୍ତା ଅବରୋଧ କରିଥିଲେ । ପୂର୍ଣ୍ଣବାର ରାସ୍ତା ଅବରୋଧ କରିବା ପାଇଁ ଯୋଜନା କରିଥିଲେ ଜନସାଧାରଣ । ଏହି ପରିସ୍ଥିତିରେ ପୋଲିସ ସେମାନଙ୍କୁ ଉଠାଇ ନେଇଛି । ପ୍ରକୃତରେ ଏନକାଉଣ୍ଟର ଜଣକ ଜଙ୍ଗଲକୁ କାଉଡି ଯୋଗେ ଗଞ୍ଜେଇ ନେଇ ଯାଉଥିବା ବେଳେ କୋରାପୁଟ ପୁଲିସ ସେଠାରେ ତାଙ୍କ ଉପରେ ଗୁଳିଚାଳନା କରିଥିଲା । ଏହି ଘଟଣାରେ ନିରୀହ ଲୋକଙ୍କୁ ନକ୍ସଲ ସଜାଇ ପୁଲିସ ଏନକାଉଣ୍ଟର କରି ମାରିଥିବା ଅଭିଯୋଗ ଆଣିଥିଲେ ଗ୍ରାମବାସୀ ।

ତେବେ ଏଥିରେ ୧୫ଜଣଙ୍କ ସହ ସେଠାର ଆଦିବାସୀ ନେତା ଶରତ ବୁରୁଦାଙ୍କୁ ମଧ୍ୟ ଉଠାଇ ନେଇଛି ପୁଲିସ । ଏହି ୧୫ଜଣଙ୍କୁ ଉଠାଇ ନେଇଛି ବୋଲି ପୁଣି ଉତ୍ତେଜନା ଦେଖାଦେଇଛି ଜନାସାଧାରଣଙ୍କ ମଧ୍ୟରେ । ସେଠାରେ ପୁଲିସ କହୁଛି ଯେ, ଦୁଇ ମାଓବାଦୀଙ୍କୁ ଏନକାଉଣ୍ଟର କରାଯାଇଛି । ହେଲେ ପୁଲିସର ଏହି ସଫେଇକୁ ଲୋକେ ମାନିବା ପାଇଁ ଆଦୌଂ ରାଜି ନାହାନ୍ତି । ବର୍ତ୍ତମାନ ମାଲକାନାଗିରି ଜୟପୁର ଏନଏଚରେ ଗାଡ଼ି ଚଳାଚଳ ହେଉଛି । ହେଲେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରତିବାଦର ନିଆ ଏବେ ମଧ୍ୟ ଚାଲିଛି ।

Get real time updates directly on you device, subscribe now.