fbpx

ଶ୍ରୀ ମନ୍ଦିରରେ ପ୍ରବେଶ ପାଇଁ ଫେକ୍ ଆରଟି ପିସିଆର ରିପୋର୍ଟ, ୧୨ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୀ : କରୋନାର ଦ୍ୱିତୀୟ ଲହର କମିବା ପରେ ପୁଣି ଥରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ମିଳିଛି । ଏଥିସହ ପୁଣି ଥରେ ଚଳଚଞ୍ଚଳ ହୋଇ ଉଠିଛି ବଡ ଦାଣ୍ଡ । ହେଲେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଆରଟି ପିସିଆର ନେଗେଟିଭ୍ ରିପୋର୍ଟ କିମ୍ବା ଡବଲ ଡୋଜ୍ ଟିକା ନେଇଥିବା ଜରୁରୀ । ନହେଲେ ଶ୍ରୀମନ୍ଦିରରେ ଭକ୍ତଙ୍କୁ ପ୍ରବେଶ ମନା । କିନ୍ତୁ ଆରଟି ପିସିଆର ରିପୋର୍ଟ ଜାଲିଆତି କରି ଜଗା ଦର୍ଶନ କରିବାକୁ ପଛଉ ନାହାନ୍ତି ଲୋକେ । ଫେକ୍ ଆରଟି ପିସିଆର ରିପୋର୍ଟ ବ୍ୟବହାର ଘଟଣାରେ ଏବେ ପୁରୀ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି ।

ଶ୍ରୀ ମନ୍ଦିରରେ ପ୍ରବେଶ ପାଇଁ ଫେକ୍ ଆରଟି ପିସିଆର ରିପୋର୍ଟ ବ୍ୟବହାର ଘଟଣାରେ ମାଷ୍ଟର ମାଇଣ୍ଡ ସମେତ ୧୨ ଜଣଙ୍କୁ ପୋଲିସ ଗିରଫ କରିଛି । ୩ ପୃଥକ ପୃଥକ ମାମଲାରେ ପୋଲିସ ୧୨ ଜଣଙ୍କୁ ଧରିଛି । ମାମଲାରେ ଆଉ କିଛି ଅଭିଯୁକ୍ତ ଗିରଫ ହେବାର ସମ୍ଭାବନା ରହିଛି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ପୋଲିସ କହିଛି ।

Get real time updates directly on you device, subscribe now.