fbpx

ଜାଭେଦ ଅଖତରଙ୍କ ପରେ ତାଲିବାନ ସହ ଆରଏସଏସର ତୂଲନା କଲେ ଦିଗବିଜୟ, କହିଲେ- ଉଭୟଙ୍କ ସମାନ ଚିନ୍ତାଧାରା

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ)ର ତୂଳନା ତାଲିବାନ ସହ କରିଛନ୍ତି । ସପ୍ତାହରେ ଦ୍ୱିତୀୟ ଥର ସଂଘର ତୂଳନା ତାଲିବାନ ସହ କରାଯାଇଛି । ଦିଗବିଜୟ ସଂଘ ପ୍ରମୁଖ ମୋହନ ଭାଗବତଙ୍କ ପୁରୁଣା ବୟାନକୁ ନେଇ ଟିପ୍ପଣୀ ମଧ୍ୟ କରିଛନ୍ତି । ଭାଗବତ କହିଥିଲେ ଯେ, ବିବାହ ଏକ ଚୁକ୍ତି । ଏଥିରେ ମହିଳାଙ୍କୁ ଘରର କାମ ବୁଝିବା ଏବଂ ଅନ୍ୟ ଜିନିଷର ଧ୍ୟାନ ରଖିବାକୁ ପଡିଥାଏ । ଆଉ ପୁରୁଷଙ୍କ ପାଖରେ କାମ ଏବଂ ମହିଳାଙ୍କ ସୁରକ୍ଷାର ଦାୟିତ୍ୱ ରହିଥାଏ । ନିକଟରେ ସଙ୍ଗୀତକାର ଜାଭେଦ ଅଖତର ମଧ୍ୟ ଆରଏସଏସର ତୂଳନା ତାଲିବାନ ସହ କରିଥିଲେ ।

ଦିଗବିଜୟ ସିଂହ କହିଛନ୍ତି, କଣ ତାଲିବାନ ଏବଂ ଆରଏସଏସ ମଧ୍ୟରେ କର୍ମଜୀବୀ ମହିଳାଙ୍କ ନେଇ ଚିନ୍ତାଧାରାରେ ସମାନତା ରହିଛି ? ଏହା ସେ ପର୍ଯ୍ୟନ୍ତ କୁହାଯିବ ଯେ ପର୍ଯ୍ୟନ୍ତ ମୋହନ ଭାଗବତ ଓ ତାଲିବାନର ବିଚାରଧାରାରେ ପରିବର୍ତ୍ତନ ଆସିନି । ଚଳିତ ସପ୍ତାହରେ କଂଗ୍ରେସ ଅଭିଯୋଗ କରିଥିଲା ଯେ, ସଂଘ ମିଥ୍ୟା ଏବଂ ଗୁଜବ ପ୍ରଚାର କରି ହିନ୍ଦୁ ଏବଂ ମୁସଲିମଙ୍କ ବିଭାଜନ କରୁଛି । ଆରଏସଏସ ପ୍ରମୁଖ କହିଥିଲେ ଯେ, ହିନ୍ଦୁ-ମୁସଲିମଙ୍କ ଡିଏନଏ ଗୋଟିଏ । ଦିଗବିଜୟ ପ୍ରଶ୍ନ କରିଛନ୍ତି, ଯଦି ଏମିତି ତେବେ ଲଭ ଜିହାଦ ପରି ପ୍ରସଙ୍ଗ କାହିଁକି ଉଠୁଛି ?

ଏପରିକ ଦିଗବିଜୟ ଗୀତିକାର ଜାଭେଦ ଅଖତରଙ୍କ ଟିପ୍ପଣୀର ମଧ୍ୟ ସମର୍ଥନ କରିଥିଲେ । ଦିଗବିଜୟ କହିଛନ୍ତି, ଆମ ସମ୍ବିଧାନ ଆମକୁ ନିଜର କଥା ଜାହିର କରିବାର ଅଧିକାର ଦେଇଛି । ଗୀତିକାର ଜାଭେଦ ଅଖତର ସେପ୍ଟେମ୍ବର ୩ରେ ଏକ ଟିଭି କାର୍ଯ୍ୟକ୍ରମରେ ତାଲିବାନର ତୂଳନା ଆରଏସଏସ ସହ କରିଥିଲେ ।

 

Get real time updates directly on you device, subscribe now.