fbpx
BSKY
BJD YOUTH SKY
BJD MS SKY

୧୯ ବର୍ଷରେ ତୃତୀୟ ଥର ସବୁଠୁ ଗରମ ରହିଲା ଅଗଷ୍ଟ ମାସ, ହାରାହାରି ୨୪ ପ୍ରତିଶତ କମିଲା ବର୍ଷା

ନୂଆଦିଲ୍ଲୀ : ଆଶା କରାଯାଉଥିଲା ଚଳିତ ବର୍ଷ ଠିକ୍ ସମୟରେ ବର୍ଷା ହେବ ଏବଂ ଚାଷୀକୂଳକୁ ଟିକିଏ ଆଶ୍ୱସ୍ତି ମିଳିବ । ହେଲେ ଏ ପର୍ଯ୍ୟନ୍ତ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ମୌସୁମୀ ବର୍ଷା ହୋଇ ନାହିଁ । ମୌସୁମୀର ଲୁଚକାଳି ବର୍ଷାରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି । ସେପଟେ ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ୨୦୦୨ ପରେ ଗତ ୧୯ ବର୍ଷରେ ଅଗଷ୍ଟ ମାସରେ ସବୁଠୁ କମ ବର୍ଷା ରେକର୍ଡ କରାଯାଇଛି । ଭାରତରେ ଅଗଷ୍ଟ ମାସରେ ହାରାହାରି ୨୪ ପ୍ରତିଶତ କମ ବର୍ଷା ହୋଇଛି । ଏଥିସହ ଅଗଷ୍ଟ ମାସରେ ତୃତୀୟ ଥର ସବୁଠୁ ଅଧିକ ଗରମ ରେକର୍ଡ କରାଯାଇଛି ।

ଅଗଷ୍ଟରେ ମଧ୍ୟ ଭାରତରେ ହାରାହାରି ସର୍ବାଧିକ ତାପମାତ୍ରା ଏ ପର୍ଯ୍ୟନ୍ତ ଦ୍ୱିତୀୟ ସର୍ବାଧିକ ୩୧.୨୫ ଡିଗ୍ରୀ ସେଲସିୟସ ରହିଛି । ସେପଟେ ସର୍ବନିମ୍ନ ତାପମାତ୍ରା ୨୪.୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଅଗଷ୍ଟ ୯ରୁ ୧୬ ଏବଂ ଅଗଷ୍ଟ ୨୩ ରୁ ୨୭ ମଧ୍ୟରେ ଦେଶରେ ମୌସୁମୀ ଦୁର୍ବଳ ରହିଥିଲା । ଏହି ସମୟରେ ଭାରତ ଉତ୍ତର-ପଶ୍ଚିମ, ମଧ୍ୟ ଏବଂ ଆଖପାଖ ଅଞ୍ଚଳରେ ଏପରିକି ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳରେ କମ ବର୍ଷା ହୋଇଛି। ଇଣ୍ଟ୍ରା ସିଜିନଲ ଭାରିଏସନରୁ ଜଣା ପଡିଛି ଯେ, ମୌସୁମି ବର୍ଷାର ଗତିବିଧି ତିନି ସପ୍ତାହ ପର୍ଯ୍ୟନ୍ତ ଲଗାତାର ଦୁର୍ବଳ ରହିଛି । ଯାହାର ପ୍ରଭାବରେ ତାପମାତ୍ରା ବଢିଛି ।

ଦେଶର ଅଧିକାଂଶ ରାଜ୍ୟରେ ଅଗଷ୍ଟ ମାସରେ ଗରମ ଅନୁଭୂତ ହୋଇଛି । ହେଲେ ରାଜ୍ୟରେ ଗତ ୨/୩ ଦିନରେ ଅନେକ ଜିଲ୍ଲାରେ ଲଘୁଚାପଜନିତ ବର୍ଷା ହୋଇଛି । ଏହି ବର୍ଷା ଚାଷୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତକ କରିଛି । ଆଶା କରାଯାଉଛି ପ୍ରଭାବିତ ଚାଷ କାର୍ଯ୍ୟ ଆଗେଇବ ଏବଂ ଆସନ୍ନ ମରୁଡି ସ୍ଥିତିରୁ ଓଡିଶା ମୁକୁଳିବ ।

 

 

Get real time updates directly on you device, subscribe now.